ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଜୁଲାଇ ୫ ତାରିଖରୁ ଆରମ୍ଭ ହେବାକୁଥିବା ୨୨ ତମ ଏସିଆନ ଆଥେଲିଟିକ୍ସ ଚମ୍ପିଆନସିପର ଉଦଘାଟନ ଉତ୍ସବରେ ୫ ଶହରୁ ଉର୍ଦ୍ଧ କଳାକାର ଯୋଗଦେଇ ଦର୍ଶକ ମାନଙ୍କର ମନୋରଞନ କରିବେ। ସାଂସ୍କୃତିକ କାର୍ଯ୍ୟକ୍ରମ ବୁଧବାର ସଧ୍ୟା ୬ ଟାରୁ ୮ ଟା ମଧ୍ୟରେ ଅନୁଷ୍ଠିତ ହେବ। ଏଥିରେ କଳାକାର ମାନେ ଓଡିଶାର ଗୌରବମୟ ଅତୀତ, ପରମ୍ପରା, ସଂସ୍କୃତି, ବୌଦ୍ଧଧର୍ମକୁନେଇ ଅନ୍ୟ ଦେଶ ସହ ଯୋଗାଯୋଗ ଓ ଆଧୁନିକ ସମୟର ଧାରା ସମ୍ପର୍କରେ ଝଲକ୍ ସାଂସ୍କୃତିକ କାର୍ଯ୍ୟମରେ ଦେଖିବାକୁ ମିଳିବ।