ରନ୍ଧନ ଗ୍ୟାସ ଉପରୁ ପର୍ଯ୍ୟାୟକ୍ରମେ ରିହାତି ପ୍ରତ୍ୟାହାର ଘୋନି କେନ୍ଦ୍ରର ନିଷ୍ପତି ବିରୋଧରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବ। ବିଜୁ ମହିଳା ଜନତା ଦଳର ସଭାପତି, ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଦଳ ପକ୍ଷରୁ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ କେନ୍ଦ୍ରର ମହିଳା ବିରୋଧି ନିଷ୍ପତି ବିରୋଧରେ ପ୍ରତିବାଦ କରାଯିବ।