ଭାରତୀୟ ପ୍ରଶାସନିକ ସେବା(ଆଇ ଏ ଏସ) ପରୀକ୍ଷା ପାଇଁ ଆଗ୍ରହୀ ଛାତ୍ର ଛାତ୍ରୀଙ୍କ ନିମନ୍ତେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଖୁବ୍ ଶିଘ୍ର ଖୋଲିବ ଏକ କୋଚିଂ ସେଣ୍ଟର। ୟୁ ପି ଏସ ସି ଭଳି ଜାତୀୟ ସ୍ତରର ପରୀକ୍ଷା ଦେବା ପାଇଁ ଚାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ପ୍ରଦାନ କରିବା ଏହି କୋଚିଂ ସେଣ୍ଟରର ମୁଳ ଲକ୍ଷ୍ୟ। ନିକଟରେ ଅନୁଷ୍ଠିତ କୁଳପତି ସମ୍ମିଳନୀରେ ଏହି ପ୍ରସ୍ତାବ ଆଗତ ହୋଇଥିଲା। ରାଜ୍ୟସରକାର ଏଥିପାଇଁ ରାଜିହୋଇଥିବା କଥା ଜଣାପଡିଛି ବୋଲି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ସୂଚନା ଦେଇଛନ୍ତି।