ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠିଙ୍କୁ ଏକ ପ୍ରତିଶତ ସୁଧରେ ଋଣ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। କେନ୍ଦୁଝରଠାରେ ଏକ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍ବୟଂ ସହାୟକ ଗୋଷ୍ଠି ମାନଙ୍କୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକ ପ୍ରତିଶତ ସୁଧରେ ଋଣ ଯୋଗାଇ ଦିଆଯିବ। ମହିଳା ମାନଙ୍କ ନାମରେ ରେସନ କାର୍ଡ ଓ ଜମିଜମା ରେକର୍ଡ କରିବାପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସେହିପରି ଜମି ଖରିଦ୍ ବେଳେ ମହିଳା ମାନଙ୍କ କ୍ଷେତ୍ରରେ ରେଜିଷ୍ଟ୍ରେସନ ପାଇଁ ଷ୍ଟାମ୍ପ ଡିୟୁଟି କ୍ଷେତ୍ରରେ ରିହାତି ବ୍ୟବସ୍ଥା ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।