ରାଜ୍ୟରେଥିବା ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ଗୁଡିକ ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମର ନୀତି ନିୟମ ଗୁଡିକୁ ସଠିକ୍ ଭାବେ ପାଳନ କରିବାକୁ ରାଜ୍ୟସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନା ସଠିକଭାବେ କାର୍ଯ୍ୟକାରୀ କରାଗଲେ ମହିଳାମାନେ ଅଧିକ ସଖ୍ୟାରେ ଡାକ୍ତରଖାନାରେ ପ୍ରସବ କରିବାର ସୁଯୋଗ ପାଇବେ। ଏହା ଫଳରେ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ହ୍ରାସ ପାଇବ । ଗର୍ଭବତୀ ଓ ରୋଗଗ୍ରସ୍ତ ମହିଳା ମାନେ ବିନା ଖର୍ଚ୍ଚରେ ଚିକିତ୍ସା ପାଇପାରିବେ।