ସମ୍ବଲପୁରର ନେଲସନ୍ ମାଣ୍ଡେଲା ଛକଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହାନଦୀ ଉପରେ ନିର୍ମିତ ହାଇଲେଭଲ ସେତୁକୁ ଉଦଘାଟନ କରିଛନ୍ତି। ସମ୍ବଲପୁରରେ ମହାନଦୀ ଉପରେ ଏହା ଦ୍ବିତାୟ ସେତୁ ନେଲସନ୍ ମାଣ୍ଡେଲା ଛକ ସହିତ ଚାଉଁରପୁରକୁ ସଂଯୋଗ କରିବ। ଏହି ସେତୁ ନିର୍ମାଣ ଫଳରେ ସମ୍ବଲପୁର ମୁଖ୍ୟାଳୟ ପାଇଁ ୨୫ କି. ମିଟର ରାସ୍ତା କମିଯିବ।