ରାଜ୍ୟରେ ହରିଜନ ଓ ଆଦିବାସୀ ଛାତ୍ର ଛାତ୍ରୀ ଙ୍କ ପାଇଁ ଥିବା ୧୪୭ ଟି ଆଶ୍ରମ ସ୍କୁଲରେ ଆଲୋକ ଯୋଗାଣ ପାଇଁ ସେହିସବୁ ସ୍କୁଲମାନଙ୍କରେ ଚଳିତବର୍ଷ ଶେଷ ସୁଦ୍ଧା ସୌରଶକ୍ତି ପ୍ରକଳ୍ପ ପ୍ରତିଷ୍ଟା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କର ବିଞ୍ଜାନ ଓ କାରିଗରୀ ବିଭାଗର ସୂଚନା ଅନୁଯାୟୀ ଓରିଡା ଏହି ପ୍ରକଳ୍ପ ପ୍ରତିଷ୍ଠା କାର୍ଯ୍ୟରେ ନିୟୋଜିତ ଅଛନ୍ତି।