ପ୍ରବାଦ ପୁରୁଷ ବଜୁ ପଟ୍ଟନାୟକଙ୍କ ୧୦୧ ଜୟନ୍ତୀ ଅବସରରେ ଭୁବନେଶ୍ବର ସୁନ୍ଦରପଦାଠାରେ ଆଦିତ୍ୟ ବିର୍ଲ୍ଲା ଗୃର୍ଫର ନବ ନିର୍ମିତ ଆଦିତ୍ୟ ବିର୍ଲ୍ଲା ପବ୍ଲିକ ସ୍କୁଲ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି।ଏହି ସ୍କୁଲରେ ୨୦୧୭-୧୮ ଶିକ୍ଷା ବର୍ଷରେ ନର୍ସରୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଦିତ୍ୟ ବିଲ୍ଲା ସ୍କୁଲକୁ ଉଦ୍ ଘାଟନକରି କହିଥିଲେ ଯେ, ବିଜୁବାବୁ ଜାଣିଥିଲେ ପ୍ରକୃତ ସଶକ୍ତିକରଣ ଶିକ୍ଷା ଦ୍ବାରା ହିଁ ସଂମ୍ଭବ। ବିଶ୍ବସ୍ତରୀୟ ସ୍କୁଲ, କଲେଜ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବା ଫଳରେ ଭୁବନେଶ୍ବର ଆଜି ଶିକ୍ଷା କ୍ଷେତ୍ରରେ ପୂର୍ବଭାରତରେ ଏକ ହବ୍ ରେ ପରିଣତ ହୋଇ ପାରିଛି।