ବିଶ୍ବ ସ୍ମାର୍ଟସିଟି ପ୍ରତିଯୋଗିତାରେ ଭୁବନେଶ୍ବର ସହର ଦ୍ବିତୀୟ ରନର୍ସଅପ୍ ହେବାର ଗୌରବ ଅର୍ଜ୍ଜନ କରିଛି। ସ୍ପେନର ବାର୍ସିଲୋନା ଠାରେ ଅନୁଷ୍ଠିତ ସ୍ମାର୍ଟସିଟି ଏକ୍ସପୋ ୱାଲ୍ଡ କଂଗ୍ରେସରେ-୨୦୧୬ ନଭେମ୍ବର ୧୫ ତାରିଖରୁ ୩ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ୪୫ଟି ଦେଶର ୨୫୦ ଟି ସହର ଅଶଂଗ୍ରହଣ କରିଥିଲେ।ଏହି ପ୍ରତିଯୋଗିତାରେ କେନିଆର ନାଇରୋବି ସହର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଚେନ୍ନାଇ ୪ର୍ଥ ସ୍ଥାନ ଲାଭକରିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।