ବିମୁଦ୍ରାକରଣ ଯୋଜନା କାର୍ଯ୍ୟକାରୀ ହେବା ପରେ ରାଜ୍ୟର ଚାଷୀ ମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏହି ଭଳି ପରିସ୍ତିତିରେ ପ୍ରଧାନମନ୍ତ୍ରା ଶ୍ରୀ ନରେନ୍ଦ୍ର ମୋଦି ହସ୍ତକ୍ଷେପ କରି ଚାଷୀଙ୍କ ସମାସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଏହିମର୍ମରେ ଲେଖିଥିବା ପତ୍ରରେ କହିଛନ୍ତି ଯେ ବ୍ୟବସାୟୀକ ବ୍ୟାଙ୍କ ଗୁଡିକ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଗୁଡିକୁ ଯଥେଷ୍ଟ ପରିମାଣରେ ନଗଦ ଟଙ୍କା ଯୋଗାଇ ଦେବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହା ଫଳରେ ସମବାୟ ବ୍ୟାଙ୍କ ଗୁଡିକ ଚାଷୀ ମାନଙ୍କୁ ଚାଷ ପାଇଁ ଋଣ , ସଂଗ୍ରହ କରାଯାଇଥିବା ଧାନର ମୂଲ୍ୟ ଏବଂ ଫସଲ ବୀମା ଦେୟ ପ୍ରଦାନ କରିପାରିବ।