ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଶରେ ଡିଜିଟାଲ ମାଧ୍ୟମରେ ଦେୟ ପ୍ରଦାନ ବ୍ୟବସ୍ତାର ସୁପରିଚାଳନା ପାଇଁ ଗଠିତ କମିଟିକୁ ମନୋନୀତ ହେବାପରେ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ଯେ, ଦେଶର ସମସ୍ତ ଜନସାଧାରଣଙ୍କ ପାଖରେ ଡିଜିଟାଲ ବ୍ୟବସ୍ଥାରେ ଦେୟ ପ୍ରଦାନ ପାଇଁ ବ୍ୟାଙ୍କ ଶାଖା ଗୁଡିକର ବ୍ୟାପକ ସମ୍ପ୍ରସାରଣ କରାଯିବାର ଆବଶ୍ୟକତା ରହିଛି। ତେଣୁ ବ୍ୟାଙ୍କଶାଖାର ସମ୍ପ୍ରସାରଣ ଉପରେ ତାଙ୍କର ଅଧିକ ଗୁରୁତ୍ବ ରହିବ ବୋଲି ସେ କହିଛନ୍ତି। ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ଦେୟ ପ୍ରଦାନକୁ ଦେଶରେ ସଫଳତାର ସହ କାର୍ଯ୍ୟକାରୀ କରିବା ନିମନ୍ତେ ନୀତି ଆୟୋଗ ପକ୍ଷରୁ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ନେଇ ଗଠିତ କମିଟିରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନକଙ୍କୁ ମନୋନୀତ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ରାଜ୍ୟର ୬୮୧୨ ପଞ୍ଚାୟତ ମଧ୍ୟରୁ ୪୪୦୦ ପଞ୍ଚାୟତରେ ବ୍ୟଙ୍କର ସୁବିଧା ନାହିଁ। ତେଣୁ ସେସବୁ ଅଞ୍ଚଳରେ ବ୍ୟାଙ୍କଗୁଡିକର ଶାଖା ଖୋଲାଯିବା ପାଇଁ ସେ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।