ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାର ଜଟଣୀଠାରେ ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ‘‘ବସୁଧା”ର ଉଦଘାଟନ କରିଛନ୍ତି। ସହଭାଗୀତା ଯୋଜନା (ପିପିପି) ଭିତ୍ତିରେ ନିର୍ମିତ ଏହି ପାନୀୟ ଜଳ ପ୍ରକଳ୍ପ ଆଇ ଆଇଟି ଭୁବନେଶ୍ବର, ନାଇଜର, ଇଡକୋ ଅଧୀନରେ ଥିବା ଶିଳ୍ପାଞ୍ଚଳ ସହ ଖୋର୍ଦ୍ଧା ଓ ଜଟଣୀ ଅଞ୍ଚଳରେ ପାନୀୟ ଜଳ ଯୋଗାଇବ।