ଓଡିଶାର ପାଇକ ବିଦ୍ରୋହ ଭାରତ ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଭିହିତ କରିଛନ୍ତି। ଦିଲ୍ଲୀଠାରେ ଅନୁଷ୍ଠିତ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଆମ ମାଟିର ପାଇକ ପୁଅର ଅଦ୍ୟମ ସାହସ, ରଣ କୌଶଳ, ଶୀର୍ଷରେ ରହିଛି। ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ଇଂଗ୍ରେଜ ମାନଙ୍କ ବିରେଧରେ ହୋଇଥିବା ବିଦ୍ରୋହ ପାଇକ ବିଦ୍ରୋହ ନାମରେ ଖ୍ୟାତ। ସିପାହୀ ବିଦ୍ରୋହ ୧୮୫୭ ମସିହାରେ ହୋଇଥିବା ବେଳେ ଏହାର ୪୦ ବର୍ଷ ପୂର୍ବରୁ ପାଇକ ବିଦ୍ରୋହ ଓଡିଶାରେ ସଙ୍ଗଠିତ ହୋଇଥିଲା। ତେଣୁ ଐତିହାସିକ ଦୃଷ୍ଟିକୋଣରୁ ପାଇକ ବିଦ୍ରୋହ ହୋଉଛି ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ।