ବନ୍ୟା ବିପନ୍ନ ରାୟଗଡା, କଳାହାଣ୍ଡି ଏବଂ ନବରଙ୍ଗପୁର ଅଞ୍ଚଳରେ ରିଲିଫ କ୍ୟାମ୍ପରେ ରହୁ ନଥିବା ବ୍ୟକ୍ତି ମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଓ ଜାତୀୟ ବପର୍ଯ୍ୟୟ ପ୍ରଶମନ ପାଣ୍ଠିର ନିୟମ ଅନୁଯାୟୀ ଦୈନିକ ଜଣଙ୍କପ୍ରତି ୬୦ ଟଙ୍କା ଓ ପିଲାମାନଙ୍କୁ ୪୫ ଟଙ୍କା କରି ଖାଦ୍ୟପାଇଁ ୩୦ ଦିନ ପର୍ଯ୍ୟନ୍ତ ଅର୍ଥ ଦେବାକୁ ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି। ଲୁଗାପଟା ନଥିବା ପ୍ରତି ପରିବାରକୁ ୧୮୦୦ ଟଙ୍କା ବାସନ କୁସନ ପାଇଁ ୨୦୦୦ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପନ୍ନ ଅଞ୍ଚଳରେ ଯଥେଷ୍ଟ ପରିମାଣରେ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି।