କଳାହାଣ୍ଡିର ଟାଣୁଆ କଂଗ୍ରେସ ନେତା ପ୍ରଦୀପ ଦିଶାରୀ ତାଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ, ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସଠାରେ ଦଳରେ ଯୋଗ ଦେଇଛନ୍ତି। ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି “ପ୍ରଦୀପ ଦିସାରି ଦଳରେ ଯୋଗ ଦେଇ ଥିବାରୁ ମୁଁ ବହୁତ ଖୁସି। ଏହି ମିଶ୍ରଣ ଫଳରେ କଳାହାଣ୍ଡି ଜିଲ୍ଲାରେ ଦଳ ଅଧିକ ସୁଦୃଢ ହେବ”।