ରାଜ୍ୟର ଆଦିବାସୀ ଏବଂ ଅର୍ଥନୈତିକ ଅନଗ୍ରସର ପରିବାର ଗୁଡିକର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ଉମରକୋଟ, ଡାବୁଗାଁ ଏବଂ ନବରଙ୍ଗପୁରରେ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଓଡିଶା ବିକାଶ କ୍ଷେତ୍ରରେ ଏକ ମଡେଲ ରାଜ୍ୟ। ନବରଙ୍ଗପୁର ଜିଲ୍ଲାର ବିକାଶ ଓ ଜନହୀତକାରୀ ଯୋଜନାପାଇଁ ଅଧିକପାଣ୍ଠି ଯୋଗାଇ ଦିଆଯାଉଛି। ଏହି ଗସ୍ତବେଳେ ମୁଖ୍ୟମନ୍ତ୍ରୀ ଅନେକ ଗୁଡିଏ ପ୍ରକଳ୍ପର ଉଦଘାଟନ କରିଥିବାବେଳେ ଅନେକ ନୂତନ ପ୍ରକଳ୍ପ ଗୁଡିକର ଶୁଭଦାନ କରିଥିଲେ।