ରାଜ୍ୟରେ ଥିବା ପର୍ଯ୍ୟଟନ ଶିଳ୍ପର ସମସ୍ତ ଅଂଶୀଦାରମାନେ ଓଡିଶାରେ ଥିବା ବୌଦ୍ଧ କୀର୍ତିରାଜି ସମ୍ପର୍କରେ ଅଧିକ ପ୍ରଚାର ଏବଂ ପ୍ରସାର କରିବା ପାଇଁ ଉଦ୍ୟମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ କଳିଙ୍ଗ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀର ଉଦଯାପନୀ ଉତ୍ସବରେ ସୂଚନା ଦେଇଛନ୍ତି । ରାଜ୍ୟରେ ଥିବା ବୌଦ୍ଧ କୀର୍ତିର ବିକାଶ କରିବା ଓଡ଼ିଶା ସରକାରଙ୍କ ଲକ୍ଷ୍ୟ ।