ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ଜଳବିଦ୍ୟୁତ ପ୍ରକଳ୍ପର ଜଳଭଣ୍ଡାର ଗୁଡିକରେ ଯଥେଷ୍ଟ ପରିମାଣରେ ଜଳ ମହଜୁଦ୍ ରହିଛି, ତେଣୁ ଖରାଦିନେ ରାଜ୍ୟରେ ବିଦ୍ୟୁତ କାଟ୍ ହେବ ନାହିଁ ବୋଲି ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି। ବିଜେଡି ବିଧାୟକ ଦେବାଶିଷ ନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଶକ୍ତିମନ୍ତ୍ରୀ ଶ୍ରୀ ଦାସ ବିଧାନସଭାରେ ଏହି ସୂଚନା ଦେଇଥିଲେ।