ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକାଙ୍କୁ ବିଜୁ ଜନତା ଦଳର ରୟଗଡା ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ହିମିରିକା ମନ୍ତ୍ରୀ ମଣ୍ଡଳର ଅଦଳବଦଳ ପୂର୍ବରୁ ମନ୍ତ୍ରୀପଦରୁ ମେ ୬ତାରିଖରେ ଇସ୍ତଫା ପ୍ରଦାନ କରିଥିଲେ। କୋରାପୁଟ ସାଂସଦ ଝିନ୍ନ ହିକାକା ଙ୍କୁ କୋରାପୁଟ ଜିଲ୍ଲାର ଦଳର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଥିବା ଜୟରାମ ପାଙ୍ଗିଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ତାଙ୍ଗୁ ଦଳରୁ ନିଲମ୍ବନ କରାଯାଇଥିଲା ପରେ ସେ ବଜେପିରେ ଯୋଗ ଦେବାରୁ ତାଙ୍ଗ ସ୍ଥାନରେ ଶ୍ରୀ ହିକାକାଙ୍କୁ ନଯୁକ୍ତି ଦିଆଯାଇଛି। ସେହିପରି ପ୍ରହଲ୍ଲାଦ ତ୍ରିପାଠୀ ଙ୍କୁ ନବରଙ୍ଗପୁର ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଇଶ୍ବର ପାଣିଗ୍ରାହୀ ଓ ସୁଧୀର କୁମାର ଦାସ ଙ୍କୁ ଦଳର ରାଜ୍ୟ ସଂପାଦକ ଭାବେ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି।