ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୟୁନିଟ-୫ ପାୱାର ହାଉସ୍ ଛକ ନିକଟରେ ନବ ନିର୍ମିତ ଖାରବେଳ ଭବନକୁ ଅଗଷ୍ଟ ୧୫ତାରିଖ ସ୍ଵାଧୀନତା ଦିବସ ଅବସରରେ ଉଦ୍ଘାଟନ କରିଛନ୍ତି। ଦ୍ଵିତୀୟ ଲୋକସେବା ଭବନ ଭାବେ କାର୍ଯ୍ୟକ୍ଷମ ଏହି କୋଠା ୧୨୮କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏଠାରେ ରାଜ୍ୟ ସରକାରଙ୍କର ୧୧ଟି ପ୍ରମୁଖ ବିଭାଗ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି।