Published : ଓଡ଼ିଶା ସନ୍ ଟାଇମ୍ସ
19-Feb-2019
ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୧୯ ମାଟ୍ରିକ ପରୀକ୍ଷା ଫେବୃୟାରୀ ୨୨ ତାରିଖରେ ଆରମ୍ଭ ହେଉଥିବା ବେଳେ ତାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଫେବୃୟାରୀ ୨୧ରେ ଓଡ଼ିଶା ବନ୍ଦ ପାଇଁ ଦିଆଯାଇଥିବା ଡାକରାରୁ ନିବୃତ୍ତ ରହିବାକୁ ରାଜ୍ୟସରକାର ନବ ନିର୍ମାଣ କୃଷକ ସଙ୍ଗଠନକୁ ପରାମର୍ଶ ଦେଇଛନ୍ତି।