ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କର ସଚିବାଳୟଠାରେ ଅନୁଷ୍ଠିତ ତିନିଦିନିଆ କର୍ମଶାଳାରେ ଉଦବୋଧନ ଦେଇ ତିନି " ଟି "ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ସେ କହିଥିଲେଯେ ଜିଲ୍ଲାପାଳମାନେ ଟେକ୍ନୋଲୋଜି (ଅତ୍ୟାଧୁନିକ ବୈଷୟକ ଜ୍ଞାନ କୌଶଳ), ଟିମ ୱାର୍କ (ଗୋଷ୍ଠିଗତ କାର୍ଯ୍ୟ) ଓ ଟ୍ରାନ୍ସପରେନ୍ସି ( ସ୍ବଚ୍ଛତା ) ଭିତିରେ କାର୍ଯ୍ୟକଲେ କଲ୍ୟାଣକାରୀ ଯୋଜନାର ସୁଫଳ ତ୍ବରୀତ ଓ ସଠିକ୍ ଭାବେ ଜନସାଧାରଣଙ୍କ ପାଖରେ ପହଞ୍ଚି ପାରିବ। ଜିଲ୍ଲାପାଳମାନଙ୍କର ଉଦ୍ୟମ ଫଳରେ ସମାଜରେ ପରିବର୍ତ୍ତନ ଆସିବା ସହିତ ସେବା ପ୍ରଦାନ ତ୍ବରୀତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।