Press Images

  ପ୍ରକାଶିତ :   17-Apr-2024

ବିଜେଡିରେ ଯୋଗଦେଲେ କ୍ୟାପଟେନ୍ ରାଜନାରାୟଣ ମହାପାତ୍ର

ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡଚଣା ନିର୍ବାଚନମଣ୍ଡଳୀର ପିସିସି ସମ୍ପାଦକ ତଥା କ୍ୟାପଟେନ ରାଜନାରାୟଣ ମହାପାତ୍ରଙ୍କ ସହ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା କ୍ୟାପଟେନ ରାଜନାରାୟଣ ମହାପାତ୍ରଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ଡକ୍ଟର ପାତ୍ର ଓ ଶ୍ରୀ ଲେଙ୍କା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ବଡଚଣା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ଲେଙ୍କା କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କ୍ୟାପଟେନ ରାଜନାରାୟଣ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ଓବିସି ସେଲ ସଭାପତି ଅଶୋକ କୁମାର ସାମଲ, ପୂର୍ବତନ ବଡଚଣା ଅଧ୍ୟକ୍ଷ ନିରଞ୍ଜନ ସାହୁ, ଶୁକ୍ରମଣୀ ପୂର୍ତ୍ତୀ, ବ୍ଲକ ଉପସଭାପତି କିଶୋର ଚନ୍ଦ୍ର ରାଉତ, ବରଦା ପ୍ରସାଦ ରାୟ, ମଇନା ରାୟ, ସମିତିସଭ୍ୟ କୁଳମଣୀ ବାରିକ, ନିରଞ୍ଜନ ମହାନ୍ତି, ପୁଷ୍ପଲତା ସାମଲ, ବ୍ଲକ କଂଗ୍ରେସ ସଭାପତି ଉମେଶ ଚନ୍ଦ୍ର ଜେନା, ସଂଜୀବ ସାମଲ, ସୁଲତାନ ସୈଫୁଲ ଖାନ, ସତ୍ୟବ୍ରତ ସାମଲ, ଜାମା ଖାନ, ଧର୍ମରାଜ ମହାନ୍ତି, ପଙ୍କଜୀନୀ ନାୟକ, ପ୍ରିୟଙ୍କା ମଲ୍ଲିକ, ରଂଜିତା ମଲ୍ଲିକ, କୃଷ୍ଣଚନ୍ଦ୍ର ସାହୁ, ସମୀର କୁମାର ମହାନ୍ତି, ଉତ୍ତମ ଦାସ, ସାରଦାପ୍ରସନ୍ନ ବଳ, ଉତ୍କଳକେଶରୀ ସାମଲ, ଅନୀଲ କୁମାର ପାଢୀ, ଜ୍ଞାନେନ୍ଦ୍ର ସାହୁ, ଦେବେନ୍ଦ୍ର ଜେନାଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Other Press Release