Press Images

  ପ୍ରକାଶିତ :   03-Apr-2024

ବିଜେଡ଼ିରେ ଯୋଗଦେଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା

କଟକ ଜିଲ୍ଲା ଅନ୍ତର୍ଗତ ସାଲେପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଡକ୍ଟର ସସ୍ମିତ ପାତ୍ର ଓ କେନ୍ଦ୍ରାପଡ଼ା ବିଜେଡ଼ି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ପୂର୍ବତନ ବିଧାୟକ ପ୍ରକାଶ ବେହେରା ଏବଂ ଶତାଧିକ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ଜେନା, ଶ୍ରୀ ବେହେରା, ଶ୍ରୀ ମଙ୍ଗରାଜ, ଡକ୍ଟର ପାତ୍ର ଓ ଶ୍ରୀ ମହାନ୍ତି ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ସାଲେପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଜେନା, ଶ୍ରୀ ବେହେରା, ଶ୍ରୀ ମଙ୍ଗରାଜ, ଡକ୍ଟର ପାତ୍ର ଓ ଶ୍ରୀ ମହାନ୍ତି କହିଥିଲେ। 

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପୂର୍ବତନ ବିଧାୟକ ପ୍ରକାଶ ବେହେରା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ। 

ଏହି ମିଶ୍ରଣ ପର୍ବରେ ସରପଞ୍ଚ ସର୍ବଶ୍ରୀ ଗୌରାଙ୍ଗ ପରିଡ଼ା, ରୁକିଆ ପରବିନ, ରାଜେଶ୍ୱରୀ ନନ୍ଦି, ବୁଦ୍ଧେଶ୍ୱର ଦାସ, ଅନିତା ମଲ୍ଲିକ, ପଦ୍ମିନୀ ବେହେରା, ଅନୀତା ରାଉତ, ରଶ୍ମୀତା ଦାସ, ସଂଯୁକ୍ତା ସେଠୀ, ସୁମନପ୍ରଭା ସାହୁ, ସମିତିସଭ୍ୟ ସର୍ବଶ୍ରୀ ସୁଜିତ କୁମାର ଭୂୟାଁ, ରମେଶ ବେହେରା, ପବିତ୍ର ରଞ୍ଜନ ବେହେରା, ଶୁଭସ୍ମିତା ଦେହୁରୀ, ପୁଷ୍ପଲତା ମଲ୍ଲିକ, ମମତା ତରାଇ, ମଧୁସ୍ମିତା ଚତର, ପୂର୍ବତନ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ସିଂ, ପୂର୍ବତନ ସାଲେପୁର ବ୍ଲକ ଅଧ୍ୟକ୍ଷା ମମତା ରାଉତ, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀଧର ନାଥ, ଗ୍ରାମପଞ୍ଚାୟତ ସଭାପତି ଅମ୍ବିତା କର, ବିଜେପି ମହିଳା ମୋର୍ଚ୍ଚା ଗ୍ରାମପଞ୍ଚାୟତ ସଭାପତି ଗୀତାଞ୍ଜଳି ପ୍ରଧାନ, ଜିଲ୍ଲା ମହିଳାମୋର୍ଚ୍ଚା ଉପସଭାପତି ପୂର୍ଣ୍ଣିମା ବସ୍ତିଆ, ମାଇନରଟି ସେଲ ସଭାପତି ମିର୍ଜା ସଫିକ ବେଗ, ରାମେଶ୍ୱର ମଣ୍ଡଳ ସଭାପତି ସମ୍ରାଟ କେଶରୀ ଲେଙ୍କା, ସାଲେପୁର ମଣ୍ଡଳ ସଭାପତି ସରୋଜ କୁମାର କର, ମାଇନରଟି ସଭାପତି ଫିରୋଜ ବକ୍ସ, ତରିତୋ ଗ୍ରାମପଞ୍ଚାୟତ ସଭାପତି କବିତା ବେହେରା, ଭଟିମୁଣ୍ଡା ମଣ୍ଡଳ ସଭାପତି ଅମୂଲ୍ୟ କୁମାର ବେଉରା, ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ପଣ୍ଡା, ମାଇନରଟି ସେଲ ମିର୍ଜା ଖଲିଦ ବେଗ, ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଆକାଶ ପାତ୍ର, କୃଷକମୋର୍ଚ୍ଚା କୋଷାଧ୍ୟକ୍ଷ ଭଗବାନ ମହାରଣା, ଟାଙ୍ଗୀ ମଣ୍ଡଳ ସଭାପତି ରଶ୍ମୀତା ରାଉତ, ବରିଷ୍ଠ ନେତା ଅନିରୁଦ୍ଧ ବିଶ୍ୱାଳ, କଟକ ଜିଲ୍ଲା ଲିଗାଲ ସେଲ ତାପସ ନାୟକ, ବରିଷ୍ଠ ନେତା ହରମୋନ ପ୍ରଧାନ, ପୂର୍ବତନ ସରପଞ୍ଚ କଲ୍ୟାଣୀ ସାମଲ, ସଫା ମଣ୍ଡଳ ସଭାପତି ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Other Press Release