Press Images

  ପ୍ରକାଶିତ :   07-Apr-2024

ବିଜେଡିରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ଵର ବେହେରା

ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଓ ପିସିସିଉପସଭାପତି ଗଣେଶ୍ୱର ବେହେରାଙ୍କ ସମେତ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏବଂ ଶତାଧିକ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ଜେନା, ଡକ୍ଟର ପାତ୍ର ଓ ଶ୍ରୀ ବେହେରା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଜେନା, ଡକ୍ଟର ପାତ୍ର ଓ ଶ୍ରୀ ବେହେରା କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଗଣେଶ୍ୱର ବେହେରା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ସମସ୍ତଙ୍କ ପାଇଁ ନିରବଚ୍ଛିନ୍ନ ଯୋଜନା କରିଚାଲିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ଓ କେନ୍ଦ୍ରାପଡ଼ାର ବିକାଶ ପାଇଁ କାମ କରିବି। ପ୍ରତିଭାଧାରୀଙ୍କୁ ସବୁବେଳେ ଗହ୍ର ଣ କରିଥାନ୍ତି ମୁଖ୍ୟମନ୍ତ୍ରୀ। ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି଼ ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ଟାଉନ କଂଗ୍ରେସ ସଭାପତି ରାଜେଶ ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରଫେଜ ଅଖତାର, ଜିଲ୍ଲା ମହିଳା କଂଗ୍ରେସ ସଭାପତି ଜିନତ ପ୍ରିୟଦର୍ଶିନୀ ରାଉତ, ଜିଲ୍ଲା କିଷାନ କଂଗ୍ରେସ ସଭାପତି ନାରାୟଣ ପରିଡା, ପୂର୍ବତନ ସରପଞ୍ଚ ପ୍ରଭାତ କୁମର ଉଠାଣସିଂହ, ଜୋନ କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ଜେନା, ଜିଲ୍ଲା କଂଗ୍ରେସ ଉପସଭାପତି ସମରେନ୍ଦ୍ର ପୃଷ୍ଟି, ହିମାଂଶୁ ବେହେରା, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଆଶୀଷ ମେକାପ, ମୀର ମୁଶୀର, ଅଭିଶେକ ବିଶ୍ୱାଳ, କଂଗ୍ରେସ ଜୋନ ସଭାପତି ପୀତବାସ ବେହେରା, ଜ୍ୟୋତିରଂଜନ ପ୍ରଧାନ, ଅଜୟ ପ୍ରଧାନ, ଜିଲ୍ଲା ଓବିସି କଂଗ୍ରେସ ସଭାପତି ଲକ୍ଷ୍ମୀଧର ପଲାଇ, ସରପଞ୍ଚ ସୁଭାନି ସାହୁ, ଚିତ୍ତରଂଜନ ଜେନା, ଅନନ୍ତ କୁମାର ମଲ୍ଲିକ, ସମିତିସଭ୍ୟ ଚନ୍ଦ୍ରମଣୀ ବେହେରା, ଶିବାଶେଖର ସାହାନୀ, କଂଗ୍ରେସ ନେତା ସନ୍ତୋଷ ପାଣିଗ୍ରାହୀ, ମହମ୍ମଦ ଅମୀର, କଳାକାର ମଲ୍ଲିକ, ବସନ୍ତ ରାଉତ, ରୁଦ୍ର ନାରାୟଣ ଦାସ, ଧନେଶ୍ୱର ପ୍ରଧାନ, ବୈକୁଙଋ ନାଥ ସେନାପତି, ଏକାଦଶୀ ମଲ୍ଲିକ, ଗଦାଧର ମଲ୍ଲିକ, ଏସ୍ ଚନ୍ଦ୍ର ବିଶ୍ୱାଳ, ଦୀପକ କୁମାର ମଲ୍ଲିକ, ହୃଦାନନ୍ଦ ନାୟକ, ଆନନ୍ଦ ପ୍ରସାଦ ଦାସ, ବାବାଜୀ ମଲ୍ଲିକ ଓ ବସନ୍ତ ଦାସଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Other Press Release