Press Images

  ପ୍ରକାଶିତ :   29-Mar-2024

ବିଜେଡ଼ିରେ ଯୋଗଦେଲେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଶତାଧିକ ବିଜେପି ନେତା

ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ସୁଲାତା ଦେଓ ଓ ୨୦୨୪ ସାଧାରଣ ନିର୍ବାଚନର ବିଜେଡ଼ି ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଅବିନାଶ ସାମଲଙ୍କ ଉପସ୍ଥିତେି ର ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ସାମଲ, ଡକ୍ଟର ପାତ୍ର, ଶ୍ରୀମତୀ ଦେଓ ଓ ଅବିନାଶ ସାମଲ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ସାମଲ, ଡକ୍ଟର ପାତ୍ର, ଶ୍ରୀମତୀ ଦେଓ ଓ ଅବିନାଶ ସାମଲ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି଼ ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବେି ଜଡେି ର ଯୋଗ ଦେଲୁ। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ। ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ବିଜେପି ଅନୁଗୁଳ ଜିଲ୍ଲା ଏସ୍‌ସି ମୋର୍ଚ୍ଚା ଉପସଭାପତି ତଥା ୨୭ ନଂ ଜୋନ ଜିଲା ପରିଷଦ ପ୍ରାର୍ଥୀ ମହେଶ୍ୱର ବେହେରା, ବିଜେପି ରାଜ୍ୟ ଏସ୍‌ସି ମୋର୍ଚ୍ଚା ସମ୍ପାଦିକା ସବିତା ନାୟକ, ଓଡ଼ପଡ଼ା ବ୍ଲକ ବିଜେପି ମଣ୍ଡଳ ସଭାପତି ଜ୍ୟୋତି ପ୍ରକାଶ ରାଉତ, ଢେଙ୍କାନାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି ତଥା ମଣି ୁର ସରପଞ୍ଚ ରୁଦ୍ର ପଟ୍ଟନାୟକ, ଅନୁଗୁଳ ଜିଲ୍ଲା ବିଜେପି ଏସସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଅଜିତ ନାୟକ, ସରପଞ୍ଚ ସର୍ବଶ୍ରୀ ମଳୟ କୁମାର ବେହେରା, ସୁନିଲ ଧଳ, ପ୍ରାଣବନ୍ଧୁ ନାୟକ, ବିଶ୍ୱଜିତ ନାୟକ, ପୂର୍ବତନ ସରପଞ୍ଚ ବିନୋଦ ଦେହୁରୀ, ବିଜେପି ବଅଁରପାଳ ମଣ୍ଡଳ ସଭାପତି ସନ୍ତୋଷ ପ୍ରଧାନ, ଯୁବମୋର୍ଚ୍ଚା ପ୍ରଭାରୀ ଜୟନ୍ତ କୁମାର ଦଳବେହେରା, ମିଡିଆସେଲ ପ୍ରମୁଖ ପ୍ରିୟବ୍ରତ ସାମଲ, ସଞ୍ଜୟ ବେହେରାଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ବିଜେଡି଼ ମୁଖପାତ୍ର ତୁମ୍ବନାଥ ପଣ୍ଡା ଉପସି୍ଥତ ଥିଲେ । ଶେଷରେ ବିଜେଡି଼ ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Other Press Release