Press Images

  ପ୍ରକାଶିତ :   02-Mar-2024

ଓଡ଼ିଶାରେ ଅତ୍ୟନ୍ତ ଦୃଢ ସ୍ଥିତିରେ ଅଛି ବିଜୁ ଜନତା ଦଳ: ବିଜେଡି

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ୫-ଟି ପ୍ରକରଣରେ ସାରା ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟ ଯୋଗୁଁ ବିଜୁ ଜନତାଦଳ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଦୃଢ ସ୍ଥାନରେ ରହିଛି । ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ ୧୨୦ରୁ ଅଧିକ ବିଧାନସଭା ଏବଂ ୧୭ରୁ ଅଧିକ ଲୋକସଭା ଆସନରେ ଜିତିବାକୁ ଯାଉଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର। ଡକ୍ଟର ପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ବି ୁଳ ଆର୍ଶୀବାଦ କରିବା ସହ ରେକର୍ଡ ସଂଖ୍ୟକ ଆସନ ଜିତାଇବାକୁ ସାଢେ ୪ କୋଟି ଓଡ଼ିଶାବାସୀ ମନ ସ୍ଥିର କରିସାରିଲେଣି।


ଯେଉଁମାନେ ଜନ ବିରୋଧି କାର୍ଯ୍ୟକରି ବିଜେଡିରୁ ବିଦା ହୋଇଛନ୍ତି ଏବଂ ଆଗାମୀ ନିର୍ବାଚନରେ ଯେଉଁମାନଙ୍କର ଟିକେଟ୍‍ ପାଇବାର ସମ୍ଭାବନା ନାହିଁ କିମ୍ବା ଯେଉଁମାନଙ୍କର ଭବିଷ୍ୟତ ବିଜେଡିରେ ନାହିଁ, ସେମାନଙ୍କୁ ବିଜେପି ଓଡ଼ିଶା ଶାଖା ପାଛୋଟି ନେଉଛି। କାରଣ ଓଡ଼ିଶା ବିଜେପି ପାଖରେ ୧୪୭ ବିଧାନସଭା ଏବଂ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ନାହାନ୍ତି। ବିଜୁ ଜନତା ଦଳ ସବୁବେଳେ ଜନତାଙ୍କ ପାଇଁ କାର୍ଯ୍ୟ କରିଛି, ଜନତାଙ୍କ ସହ ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ରହିବ ବୋଲି ଡକ୍ଟର ପାତ୍ର କହିଛନ୍ତି।

Other Press Release