Press Images

  ପ୍ରକାଶିତ :   29-Mar-2024

ବିଜେଡ଼ିରେ ଯୋଗଦେଲେ କଂଗ୍ରେସର ବଲାଙ୍ଗିର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ

କଂଗ୍ରେସର ବଲାଙ୍ଗିର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ମାନ୍ୟବର ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ସୁରେନ୍ଦ୍ର ସିଂ ଭୋଇ ଓ ଶତାଧିକ କଂଗ୍ରେସ କର୍ମୀଙ୍କୁ ଶ୍ରୀମତୀ ସାହୁ, ଡକ୍ଟର ପାତ୍ର ଓ ଶ୍ରୀ ପାଣିଗ୍ରାହୀ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ବଲାଙ୍ଗିର ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀମତୀ ସାହୁ, ଡକ୍ଟର ପାତ୍ର ଓ ଶ୍ରୀ ପାଣିଗ୍ରାହୀ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ସୁରେନ୍ଦ୍ର ସିଂ ଭୋଇ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ସଇଁତଳା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ସଇଁତଳା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଟିଟିଲାଗଡ଼ ବ୍ଲକ କଂଗ୍ରେସ ସଭାପତି ବିକାଶ ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ବ୍ଲକ କାର୍ଯ୍ୟକାରୀ ସଭାପତି ଅସୀମ ପଟ୍ଟନାୟକ, ଟାଉନ କଂଗ୍ରେସ ସଭାପତି ସୁଦାମ ସାହୁ, ସାଧାରଣ ସମ୍ପାଦକ ଚନ୍ଦ୍ରମଣୀ ତ୍ରିପାଠୀ, ଯୁବ କଂଗ୍ରେସ ସମ୍ପାଦକ ସୁବ୍ରତ ବେହେରା, ଯୁବ କଂଗ୍ରେସ ସଭାପତି ଜ୍ଞାନରଞ୍ଜନ ସରାଫ, ଦୀପକ କୁମାର ଅଗ୍ରୱାଲ, ରଂଜିତ ସିଂହ ବାବୁ, ଦୀପାଞ୍ଜଳୀ ବାରିକ, ରାମେଶ୍ୱର ରଣା, ରଜତ ପଟ୍ଟନାୟକ, ଶ୍ରୀକାନ୍ତ ବାଗ, କୃଷ୍ଣଚନ୍ଦ୍ର ସରାଫ, ସତ୍ୟନାରାୟଣ ପଣ୍ଡା, ଗଦାଧର ସାହୁ, ଅମିତ ରଥ, ଛନ୍ଦାଚରଣ ବେହେରା, ରାଜକିଶୋର ପଟେଲ, ସଂଜୀବ ସ୍ୱାଇଁ, ସରପଞ୍ଚ ରାଜେନ୍ଦ୍ର ଜାନୀ, ଯୁଗଳ ମାଝୀ, ନନ୍ଦୀ କିଶୋର ବାଗର୍ତୀ, ସମିତିସଭ୍ୟ ସିମରନ ସିଂ, ରାକେଶ ନାୟକ, ଉମାକାନ୍ତ ରଣା, ଭାଗିରଥୀ ଛତିୟା, ଆରତୀ ସେଠ, ବନିତା ସାହୁ, ନବୀନ ରଣା, ସିମାଞ୍ଚଳ ବେଣୁଆ, ସକ୍ରିୟ ସଦସ୍ୟ ସୋଭନେ ସିଂ ଭୋଇ, ଧନବର ସାହୁ, ବୈକୁଙଋ ସାହୁ, ଦେବେନ୍ଦ୍ର ଯୋଶୀ, ସଂଜୀବ ଅଗ୍ରୱାଲ, କାନନ ପଟ୍ଟନାୟକ, ଚୌତନ୍ୟ ସାହୁ, ଭିସମ ସାହୁ, ଆଶୀଷ ସାହୁ, ଉମେଶ ସାହୁ, ଅଶ୍ୱିନୀ ମାଝୀ, ନରେଶ ରଣା, ଯୋଗେଶ ରଣା, ରୋହିତ ଜାନୀ, ତପନ ଦାସଙ୍କ ସହ ଶତାଧିକ ନିର୍ବାଚିତ ପ୍ରତିନିଧି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ବିଜେଡ଼ି ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା ଉପସ୍ଥିତ ଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Other Press Release