Press Images

  ପ୍ରକାଶିତ :   20-Mar-2024

ବିଜେଡିରେ ଯୋଗଦେଲେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ

ନୂଆପଡ଼ା ଜିଲ୍ଲା ଖରିଆର ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ସହିତ ଖରିଆର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ନନ୍ଦ, ବୋଡେନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପ୍ରେମଶିଳା ନାଗ ଏବଂ ଶିନାପାଲୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମାଧୁରୀ ମାଝୀଙ୍କ ସହ ୪୦ ଜଣ ସରପଞ୍ଚ ଓ ୩୪ ସମିତିସଭ୍ୟ ଏବଂ ଶତାଧିକ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଅତାବିରା ବିଧାୟିକା ତଥା ବିଜୁ ମହିଳା ଜନତା ଦଳ ସଭାପତି ଏବଂ ନୂଆପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ସ୍ନେହାଙ୍ଗିନୀ ଝୁରିଆଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ସମେତ ୩ ବ୍ଲକ ଅଧ୍ୟକ୍ଷା, ୪୦ ଜଣ ସରପଞ୍ଚ, ୩୪ ସମିତି ସଭ୍ୟ ଏବଂ ଶତାଧିକ କଂଗ୍ରେସ କର୍ମୀଙ୍କୁ ଶ୍ରୀ ଦାସ, ଶ୍ରୀ ମଙ୍ଗରାଜ ଓ ଶ୍ରୀମତୀ ଝୁରିଆ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ନୂଆପଡ଼ା ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଦାସ, ଶ୍ରୀ ମଙ୍ଗରାଜ ଓ ଶ୍ରୀମତୀ ଝୁରିଆ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ କଥା କମ, କାମ ବେଶୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ସରପଞ୍ଚ ସଂଘ ସଭାପତି ସନ୍ତୋଷ ମିଶ୍ର, ସଂଯୋଜକ ଗୋବିନ୍ଦ ବିହାରୀ ବାରିକ, ଉପସଭାପତି ଜିତୁ କୁମ୍ଭାର, ଜେମାମଣୀ ରଣା, ଲକ୍ଷ୍ମୀ ବାଗ, ଛବି ମାଝୀ, ତୁକାରାମ ହିଆଲ, ଉମେଶ କୈବର୍ତ୍ତ୍ୟ, କୁନୁ ଚରଣ ବେହେରା, ମୀନା ଜାଲ, ବୃନ୍ଦାବନ ବାଗ, ଅଶୋକ ଦଣ୍ଡସେନା, ସୁବାଷିନୀ ପାଣ, ମଥାମଣୀ ତାଣ୍ଡି, ଆଲ୍ଲାଦିନ ବେହେରା, ଅମ୍ବିକା ମାଝୀ, ତେକରାମ ମାଝୀ, ଜଗଦୀଶ ମାଝୀ, ବୈକୁଣ୍ଠ ଦଣ୍ଡସେନା, କହଲ ସିଂ ବାଗ, ଉଦିତ ପ୍ରତାପ ସିଂ, ଖୁତୁରାମ ସୁନାନି, ଦୟାମତି ଦଣ୍ଡସେନା, ଲକ୍ଷ୍ମୀ ସ, ପୂର୍ଣ୍ଣମୀ ମାଝୀ, ମୀନା ଜଗତ,ଯାଜ୍ଞସିନି ଭୋଇ, ସଦା ବେହେରା, ମଙ୍ଗଲ ଦଲ, କୈଳାସ ଦଲ, ଗମ୍ଭୀର ତାଣ୍ଡି, ହିମାଦ୍ରୀ ଜଗତ, ଠାକୁର ବାଗ, ବିନତୀ ନନ୍ଦ, ସମିତି ସଭ୍ୟ ଗୌତମ ତାଣ୍ଡି, ଶ୍ରୀବସ ଶଗରିଆ, କେଦାର ତାଣ୍ଡି, ହେମନ୍ତ ଶବର, ଲୀଲା ରାଉତରାୟ, ରଶ୍ମିତା ବାରିକ, ବିଜୟ ମେହେର, ଭାନୁମତୀ ମାଝୀ, ଚିନ୍ତାମଣୀ ମାଝୀ, ଜ୍ୟୋତ୍ସାବତୀ ଗୋହିର, ଦୋଳମଣି ପଣ୍ଡା, ପ୍ରେମଶିଳା ସୁନା, ଗାୟତ୍ରୀ ଧନୁଆ, ମନୀଷ ପଟେଲ, ଲଳିତା ସୁନାନି, ଲୋକେଶ ମାଝୀ, ଲକ୍ଷ୍ମୀ ମାଝୀ, ସୁଶିଳା ଚିଣ୍ଡା, ସୁରେନ୍ଦ୍ର ମଙ୍ଗରାଜ, ଭଗବାନ ବନ୍ଦିଚୋର, ଦିଗମ୍ବର ପ୍ରଧାନ, ନିରୂପମା ମଙ୍ଗରାଜ, କୌଶଲ୍ୟା ପ୍ରଧାନ, ତୋଫାନ ମାଝୀ, ତପସ୍ୱିନୀ ମାଝୀ, ହୀନା ତାଣ୍ଡି, ତୁଳସୀ ଖନସେଲ, ସଶ୍ମିତା ମେହେର, ବିନୟ ବେହେରା, ମାୟାଧର ସୁନାନି, ମୀନା ମାଝୀ, ସବିତା ଜଗତ, ଯାଜ୍ଞସିନୀ ନାୟକ, ଉପେନ୍ଦ୍ର ଚିଣ୍ଡା, ବର୍ଷାରାଣୀ ଶଗରିଆ, ମମିତା ପଟ୍ଟନାୟକ, ମୀନାରାଣୀ ସାହୁ, ବସ ମାଲିକ ସଂଘ ସଭାପତି ସୁଶାନ୍ତ ତାଣ୍ଡି, ଅକ୍ଷୟ ନନ୍ଦ, ଆଡଭୋକେଟ ଗୋବର୍ଦ୍ଧନ ସୁନା ଓ ନୟନା ବିଭାର, ସନ୍ତୁ ପଟ୍ଟନାୟକ, ସଞ୍ଜୁ ନାଏକ, ଧରଣୀ ପଟେଲ, ଅମିତାଭ ପଟେଲ, ହୀରା ମେହେର, ପ୍ରମୋଦ ଅଗ୍ରୱାଲ, ସଚି ପାଢ଼ୀ, ନନ୍ଦଲାଲ ଅଗ୍ରୱାଲ, ଅରୁଣ ଗର୍ଗ, ଉମେଶ ଅଗ୍ରୱାଲ, ଧ୍ରୁବ ରଞ୍ଜନ ଖମାରୀ, ଭବେଶ ପାଣିଗ୍ରାହୀ, ଜନ୍ମେଜୟ ସିଂଦେଓ, ଲକ୍ଷ୍ୟରାମ ଶଣ୍ଢ, କପିଳ ଭୋଇ, ଖରିଆର ବ୍ଲକ ସଭାପତି ଶ୍ୟାମ ସୁନ୍ଦର ଲାଲଦୀପ, ସିନାପାଲୀ ବ୍ଲକ ସଭାପତି ଜୟପାଲ ନାଗ, ବୋଡେନ ବ୍ଲକ ସଭାପତି ହୀରାଲାଲ ମାଝୀଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ମୁଖପାତ୍ର ତୁମ୍ବନାଥ ପଣ୍ଡା, ଅମିତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Other Press Release