Press Images

  ପ୍ରକାଶିତ :   31-Mar-2024

ବିଜେଡ଼ିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ

ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଜଗତସିଂହପୁର ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ସମେତ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସି୍ଥତିରେ ବିଜେଡେି ର ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଏବଂ ଶତାଧିକ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ମଙ୍ଗରାଜ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ମଙ୍ଗରାଜ ଓ ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, କୌଣସି ସ୍ୱାର୍ଥ ନେଇ ବେି ଜଡିେ଼ ର ସାମିଲ ହୋଇନି। ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ମହିଳା, ଯୁବପିଢ଼ି, ଚାଷୀଙ୍କ ପାଇଁ ବହୁ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଶଙ୍ଖ ଭବନରେ ମିଶ୍ରଣ ପର୍ବ ପରେ ନବୀନ ନିବାସ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିଥିଲେ ଚିରଞ୍ଜୀବ ବିଶ୍ୱାଳ। ଏହି ମିଶ୍ରଣ ପର୍ବରେ ପୂର୍ବତନ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ରବୀନ୍ଦ୍ରନାଥ ମହାନ୍ତି, ନାଉଗାଁ ବ୍ଲକ କଂଗ୍ରେସ କମିଟି ସଭାପତି ନିରଞ୍ଜନ ବେହୁରା, ଜଗତସିଂହପୁର ବ୍ଲକ କଂଗ୍ରେସ କମିଟି ସଭାପତି ଅଦୈତ ଚରଣ ଜେନା, ପୂର୍ବତନ ଖୋର୍ଦ୍ଧା ଜିଲ୍ଲାପରିଷଦ ସଦସ୍ୟ ଯୋଗୀନାଥ ବାହୁବଳେନ୍ଦ୍ର, ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ସୁନିଲ ମାଟିଆ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ, ନାଉଗାଁ ବ୍ଲକ ଉପାଧ୍ୟକ୍ଷା ମାମିନା ଦଳେଇ, ଜଗତସିଂହପୁର ମ୍ୟୁନିସିପାଲିଟିର ପୂର୍ବତନ କାଉନସିଲର ସୁବାସ ସାହୁ, ନାରାୟଣ ପ୍ରସାଦ ମହାନ୍ତି, ଦେବାଶିଷ ଛୋଟରାୟ, ସୁବୋଧ କୁମାର ସ୍ୱାଇଁ, ଗୋପାଳ ଛୋଟରାୟ, ସ୍ମୃତିରଂଜନ ଜେନା, ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଅଜୟ କେତନ ସାମଲ, ସରପଞ୍ଚ ସର୍ବଶ୍ରୀ ଲିପକ କୁମାର ସାହୁ, ବିକ୍ରମ କେଶରୀ ସ୍ୱାଇଁ, ପ୍ରଦୀପ୍ତ ଲେଙ୍କା, ସିଦ୍ଧାର୍ଥ ଶେଖର ରାୟ, ତୋଫା ଇରା ବେଗମ, ପ୍ରମୋଦ କୁମାର ସାହୁ, ଅଜଂନ କୁମାର ସାହୁ, ନାରାୟଣ ନାୟକ, ପୁଷ୍ପଲତା ଭୋଇ, କୌଶଲ୍ୟା ଦାସ, ମାନସ ବିଶ୍ୱାଳ, ମିନାକା ଦାସ, ରୋଜାଲିନ ଦାସ, ପୂର୍ବତନ ସରପଞ୍ଚ ସର୍ବଶ୍ରୀ ଭାଗର୍ତୀ ତାରାଣିୟା, ପାବନୀ ଭୋଇ, ନାରାୟଣ ପ୍ରସାଦ କାନୁନଗୋ, ଉଲ୍ଲା ସାହୁ, ସମିତିସଭ୍ୟ ସର୍ବଶ୍ରୀ ସୁଦର୍ଶନ ଭୋଇ, ଦୁର୍ଗାମାଧବ ବିଶୋଇ, ହେମନ୍ତ ଭୂଷଣ ପରିଡା, ନିମାଇ ଚରଣ ଦାସ, ପୂର୍ବତନ ସମିତିସଭ୍ୟ ସର୍ବଶ୍ରୀ ସୂର୍ଯ୍ୟନାରାୟଣ ପଲାଉ, ଉପେନ୍ଦ୍ର ଦାସ, ସଞ୍ଜୀବ ମିଶ୍ର, ପ୍ରସାଦ ବେହେରା, ପୂର୍ବତନ ଓବିସି ବ୍ଲକ ଅଧ୍ୟକ୍ଷ ବେଣୁଧର ସ୍ୱାଇଁ, ପୂର୍ବତନ ଅଧ୍ୟକ୍ଷ ପ୍ରସନ୍ନ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ଦୁଃଶାସନ ନାୟକ, ସରପଞ୍ଚ ଦୋଳଗୋବିନ୍ଦ ରାଉତ, ହେମାମଣି ମହାନ୍ତି, ପ୍ରାଚୀ ସାଗରିକା ଜେନା, ସନ୍ଧ୍ୟାରାଣୀ ବେହେରା, ଲକ୍ଷ୍ମୀଧର ସ୍ୱାଇଁ, ଲକ୍ଷ୍ମୀଧର ମଲ୍ଲିକ, ପୂର୍ବତନ ସରପଞ୍ଚ ସଚ୍ଚିଦାନନ୍ଦ ପରିଡା, ରଂଜିତ ମଲ୍ଲିକ, ଅଭୟ କୁମାର ସ୍ୱାଇଁ, ନିରୂପମା ମହାନ୍ତି, ଦେବୀ ପ୍ରସାଦ ଲେଙ୍କା, ସମିତିସଭ୍ୟ ମାନସୀ ଲେଙ୍କା, ରିତା ଦାସ, ଲକ୍ଷ୍ମୀପ୍ରିୟା ପରିଡା, ବିଜୟଲକ୍ଷ୍ମୀ ରାଉତ, ବ୍ଲକ ସାଧାରଣ ସମ୍ପାଦକ ନିମାଣୀ ଚରଣ ମହାନ୍ତି, ସମୀର ନାୟକ, ଅଶାନ୍ତ ବେହେରା ଅକ୍ଷୟ କୁମାର ସ୍ୱାଇଁ, କରୁଣାକର ନାୟକ, ଲଳିତ ପ୍ରସାଦ ମହାନ୍ତି, ସେହିପରି ଜଗତସିଂହପୁର ମ୍ୟୁନିସପାଲିଟିର ପୂର୍ବତନ କାଉନସିଲର ଦିଲ୍ଲୀପ ସିଂ, ସୁବାସ ସାହୁ, ନିରଂଜନ ସେଠୀ, ସଂଜୀବ କୁମାର ସ୍ୱାଇଁ, ନିକୁଂଜ କିଶୋର ବେହେରା, ରବୀନ୍ଦ୍ର କୁମାର ଦାସ, ଜିଲ୍ଲା ଯୁବ କଂଗ୍ରେସର ପୂର୍ବତନ ଉପସଭାପତି ସାରଦା ନନ୍ଦ, ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସ୍ୱାଇଁ, ଆଲୋକ କୁମାର ଖୁଣ୍ଟିଆ, ଦାସରଥୀ ସ୍ୱାଇଁ, ଅନୀଲ ଦାସ, ରାକେଶ କୁମାର ରାଉତ, ଆଶୀଶ କୁମାର ଗୋଚ୍ଛାୟତ, ସତ୍ୟନାରାୟଣ ଚୌଧୁରୀ, ତ୍ରିଲୋଚନ ବିଶ୍ୱାଳ, ଅଜିତ କୁମାର ଦଳାଇ, ନିରଂଜନ ମହାପାତ୍ର, ଆଶୁତୋଷ ସାହୁ, କମଳାକାନ୍ତ ମହାପାତ୍ର, ବିଷ୍ଣୁ ପ୍ରସାଦ ରାୟ, ମନୋରଂଜନ ମଲ୍ଳିକ, ସୁବାସ ଚାନ୍ଦ, ସୁଦର୍ଶନ ରାଉତ, ଅଭୟ ଷଡ଼ଙ୍ଗୀ, ରାଜକିଶୋର ଦାସ, ଜିତେନ୍ଦ୍ର ବେହେରା, ସୌମ୍ୟରଂଜନ ବିଶ୍ୱାଳ ସଂଜୟ ବେହେରା, ଦେବୀଦତ୍ତ ମହାନ୍ତି, ବିଜୟ କୁମାର ଗୋଚ୍ଛାୟତ, ସଂଜୟ କୁମାର ସ୍ୱାଇଁ, ଅଶୋକ କୁମାର ସାହୁ, ଧନେଶ୍ୱର ନାୟକ, ନାରାୟଣ ନାୟକ, ସ୍ୱସ୍ତି ପ୍ରସାଦ ମିଶ୍ର, ନିରଞ୍ଜନ ରାଉତ, ଦେବୀ ପ୍ରସାଦ ଲେଙ୍କା, ସଚିଦାନନ୍ଦ ଦାସ, ସୁଦୀପ ଦାସ, ସାରଦା ପ୍ରସାଦ ଦାସ, ସୁଧୀର ପ୍ରସାଦ ଦାସ, ଦୁର୍ଗା ନନ୍ଦ, ଘନ ମଲ୍ଲିକ, ଜଗତସିଂହପୁର ବ୍ଲକର ବିଭିନ୍ନ ପଞ୍ଚାୟତର ସଭାପତି ରଂଜନ କୁମାର ଖଣ୍ଡାୟତରାୟ, ଶିବାସିଶ ତ୍ରିପାଠୀ, ଲକ୍ଷ୍ମୀଧର ସାମନ୍ତରାୟ, ଜ୍ଞାନରଂଜନ ପୃଷ୍ଟି, ସଂଜୀବ ମିତ୍ର, ଜୀବନ କୁମାର ଜେନା, ସୁବୋଧ ଲେଙ୍କା, ଗୌତମ ଚରଣ ମଲ୍ଲିକ, କୌଳାସ ଚନ୍ଦ୍ର ଦାସ, ଚନ୍ଦ୍ରଶେଖର ଶତପଥୀ, ବିଷ୍ଣୁଚରଣ ସ୍ୱାଇଁ, ବିଭୂତିଭୂଷଣ ସାହୁ, ଅଭିମନ୍ୟୁ ରାଉତ, ସଂଜୟ କୁମାର ସ୍ୱାଇଁ, ଆଶୁତୋଷ ପ୍ରଧାନ, ହେମନ୍ତରଞ୍ଜନ ଦାସ, ମନୋରଂଜନ ମହାପାତ୍ର, ସୁବୋଧ ମହାନ୍ତି, ଅଭୟ କୁମାର ବିଶ୍ୱାଳ, ମନୋଜ ନାୟକ, ଦେବପ୍ରସାଦ ଲେଙ୍କା, ବିପ୍ଲବ ପରିଡା, କୃପାସିନ୍ଧୁ ଦେବ, ପ୍ରଭଂଜନ ନାୟକ, ଅଜୟ ଦାସ, ଅଜିତ ପଟ୍ଟନାୟକ, ଜ୍ୟୋତିରଂଜନ ପରିଡା, ରାଜେଶ ରଂଜନ ବିଶ୍ୱାଳ ଓ ସୁବାସ ମହାନ୍ତିଙ୍କ ସହ ଶତାଧିକ କଂଗେସ୍ର କର୍ମୀ ବିଜେଡି଼ରେ ସାମିଲ ହୋଇଥିଲେ। ଶେଷରେ ବିଜେଡି଼ ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Other Press Release