Press Images

  ପ୍ରକାଶିତ :   03-Apr-2024

ବିଜେଡ଼ିରେ ଯୋଗଦେଲେ ବରଗଡ଼ ଜିଲ୍ଲାର ବିଜେପି ନେତା

ବରଗଡ଼ ଜିଲ୍ଲା ବିଜେପି ଉପସଭାପତି ସୁଶାନ୍ତ ମିଶ୍ର ଓ ସମାଜସେବୀ ପରିଣୀତା ମିଶ୍ର ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ, ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ସୁଶାନ୍ତ ମିଶ୍ର ଓ ପରୀଣିତା ମିଶ୍ରଙ୍କୁ ଶ୍ରୀ ସିଂ, ସୁଶ୍ରୀ ଦାସ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ସୁଶାନ୍ତ ମିଶ୍ର ଓ ପରିଣୀତା ମିଶ୍ରଙ୍କ ଯୋଗଦାନ ଫଳରେ ବିଶେଷକରି ବରଗଡ଼ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ସିଂ, ସୁଶ୍ରୀ ଦାସ ଓ ଡକ୍ଟର ପାତ୍ର କହିଥିଲେ। 

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥବ। ସୁଶାନ୍ତ ମିଶ୍ର ଓ ପରୀଣିତା ମିଶ୍ର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ବରଗଡ଼ ଜିଲ୍ଲାରେ ଯେଉଁ ବିକାଶ କାମ ହୋଇଛି ତାହା ଅବର୍ଣ୍ଣନୀୟ, ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ କରିବା ନେଇ କାମ କରିବୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ। ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Other Press Release