Press Images

  ପ୍ରକାଶିତ :   25-Jul-2023

ବିଜେପି ବିଧାୟକଙ୍କ କଳା କାରନାମା ପାଇଁ ଦେବଗଡ଼ବାସୀ ଲଜ୍ଜା ଅନୁଭବ କରୁଛନ୍ତି: ବିଜେଡି

ନିର୍ବାଚନରେ ବିଜୟୀ ହେଲେ ଦେବଗଡ଼ବାସୀଙ୍କ ସେବା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଜେପି ନେତା ସୁବାସ ପାଣିଗ୍ରାହୀ। ତାଙ୍କ କଥାରେ ଭରସା କରି ୨୦୧୯ ସାଧାରଣ ନିର୍ବାଚନରେ ଦେବଗଡ଼ବାସୀ ମଧ୍ୟ ତାଙ୍କୁ ତୃତୀୟ ଥର ପାଇଁ ବିଧାୟକ କରିଥିଲେ। କିନ୍ତୁ ବିଧାୟକ ହେବା ପରଠୁ ସେ ଦେବଗଡ଼ବାସୀଙ୍କ ସେବା କରିବେ କ'ଣ, ଗୁଣ୍ଡାଗର୍ଦ୍ଦି ଓ ପ୍ରିୟାପ୍ରୀତି ତୋଷଣରେ ମାତିଛନ୍ତି। ଶ୍ରୀ ପାଣିଗ୍ରାହୀ ତାଙ୍କ ବିଧାୟକ ଅନୁଦାନ ପାଙଋିରେ ବିଜେପିର ଜଣେ କର୍ମୀ ତଥା ତାଙ୍କର ଖାସ୍ ଅନୁଗତଙ୍କ ଘରର ପାଚେରି ନିର୍ମାଣ କରିବା ଘଟଣା ପଦାକୁ ଆସିବା ପରେ ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଏହାକୁ ନେଇ ବର୍ଷିଛି ବିଜେଡି। ବିଧାୟକଙ୍କ ଏଭଳି କଳା କାରନାମା ପାଇଁ ଦେବଗଡ଼ବାସୀ ଆଜି ଲଜ୍ଜା ଅନୁଭବ କରୁଥିବା ଦର୍ଶାଇ ବିଧାୟକ ଓ ତାଙ୍କ ଅନୁଗତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇଛି।

ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ନେତୃବୃନ୍ଦ ଏହି ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ। ସେମାନେ କହିଥିଲେ ଯେ ବିଧାୟକ ଶ୍ରୀ ପାଣିଗ୍ରାହୀ ଦେବଗଡ଼ ମହିଳା ମହାବିଦ୍ୟାଳୟର ପାଚେରି ନିର୍ମାଣ ନିମନ୍ତେ ତାଙ୍କ ପାଙଋିରୁ ୩ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଥିଲେ। ମାତ୍ର ଏହି ଅନୁଦାନରେ ମହିଳା ମହାବିଦ୍ୟାଳୟର ପାଚେରି ପରିବର୍ତ୍ତେ ତାଙ୍କର ଖାସ୍ ଅନୁଗତ ଭୁକାବେଡ଼ା ଗ୍ରାମର ଅଧିବାସୀ ଶିକ୍ଷକ ସୌଭାଗ୍ୟ ପାତ୍ରଙ୍କ ପାଚେରି ନିର୍ମାଣ ହୋଇଛି। କୌତୂହଳର ବିଷୟ ହେଲା, ମହିଳା ମହାବିଦ୍ୟାଳୟଠାରୁ ସୌଭାଗ୍ୟ ପାତ୍ରଙ୍କ ଘରର ଦୂରତା ହେଉଛି ପ୍ରାୟ ୭ କିମି। ଏପରିକି ୩ ଲକ୍ଷ ଟଙ୍କା ଅନୁଦାନରେ ମହିଳା ମହାବିଦ୍ୟାଳୟର ପାଚେରି ନିର୍ମାଣ ହୋଇଥିବା ନେଇ ସୌଭାଗ୍ୟ ପାତ୍ରଙ୍କ ପାଚେରିରେ ସ୍ପଷ୍ଟ ଭାବେ ଲେଖା ଯାଇଥିଲା। ନିକଟରେ ଏହି ଗ୍ରାମର ଜଣେ ବିଜେପି କର୍ମୀ ଏକଥା ଲୋକଲୋଚନକୁ ଆଣିଥିଲେ। ଗଣମାଧ୍ୟମରେ ତଥ୍ୟ ଓ ଚିତ୍ର ସହିତ ଏହି ଖବର ପ୍ରସାରିତ ହେବା ପରେ ଅନିୟମିତତା ଧରା ପଡ଼ିଯିବା ଭୟରେ ବିଧାୟକଙ୍କ ନିଦେ୍ର୍ଦଶରେ ତରବରିଆ ଭାବେ ପାଚେରିରେ ଲେଖା ଯାଇଥିବା ସୂଚନାକୁ ଲିଭାଇ ଦିଆଯାଇଥିଲା ଏବଂ ବିଧାୟକଙ୍କ ପାଙଋିରୁ ୨ ଲକ୍ଷ ଟଙ୍କାର ଅନୁଦାନରେ ସିସି ରୋଡ଼ ଓ ଗାର୍ଡ଼ ୱାଲ ନିର୍ମାଣ ହୋଇଛି ବୋଲି ଲେଖା ଯାଇଥିଲା । ଫଳରେ ଏହି ଅନିୟମିତତା ଓ ଅର୍ଥ ଲୁଟରେ ବିଧାୟକ ନିଜେ ସଂପୃକ୍ତ ଥିବା ସ୍ପଷ୍ଟ ହୋଇଛି।

ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ବିଜୁ ଜନତା ଦଳର ଦେବଗଡ଼ ଜିଲ୍ଲା ସଭାପତି ରୋମାଞ୍ଚ ରଂଜନ ବିଶ୍ୱାଳ ଏକଥା ମଧ୍ୟ ସୂଚନା ଦେଇ କହିଥିଲେ ଯେ ବିଧାୟକଙ୍କର ଖାସ୍ ଲୋକ ଭାବେ ପରିଚିତ ସୌଭାଗ୍ୟ ପାତ୍ର ହେଉଛନ୍ତି ତିଳେଇବଣି ବ୍ଲକ୍ ଅନ୍ତର୍ଗତ ଝାଲିଆମରା ସରକାରୀ ପ୍ରାଥମିକ ସ୍କୁଲର ଜଣେ ଶିକ୍ଷକ। ତେବେ କୌଣସି ଦିନ ସ୍କୁଲ ନ ଯାଇ ସେ ବିଜେପିର ଦଳୀୟ ସଭାସମିତିରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରନ୍ତି। ଗତ ପଞ୍ଚାୟତ ନିର୍ବାଚନ ସମୟରେ ଶ୍ରୀ ପାତ୍ର ବିଜେପିର ଏକ ଗାଡ଼ିରେ ୩ ଲକ୍ଷ ଟଙ୍କା ନେଇ ବାଣ୍ଟିବାକୁ ଯାଉଥିବାବେଳେ ପୁଲିସ ଟଙ୍କା ସହ ତାଙ୍କୁ ଧରି ଥାନାକୁ ନେଇଥିଲା। ସେତେବେଳେ ଖୋଦ୍ ବିଧାୟକ ଥାନାକୁ ଯାଇ ସୌଭାଗ୍ୟ ପାତ୍ରଙ୍କୁ ଛାଡ଼ି ଦେବାକୁ ଯୁକ୍ତିତର୍କ କରିଥିଲେ। କେବଳ ସରକାରୀ ଅର୍ଥ ହରିଲୁଟ୍ ନୁହେଁ, ବିଧାୟକ ଶ୍ରୀ ପାଣିଗ୍ରାହୀ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ପୂର୍ବରୁ ବହୁବାର ପ୍ରମାଣିତ ହୋଇ ସାରିଛି। ସେ ତିଳେଇବଣିର ତକ୍ରାଳୀନ ଅନୁସୂଚିତ ଜନଜାତିର ବିଡିଓଙ୍କୁ ସର୍ବସମ୍ମୁଖରେ ମାଡ଼ ମାରି ଗିରଫ ହୋଇଥିଲେ। ଦେବଗଡ଼ ସହରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିର୍ମାଣାଧୀନ ପାଚେରିକୁ ଭାଙ୍ଗିବା ସହ ଏସ୍ଏଚ୍ଜି ମା'ମାନଙ୍କୁ ଧମକଚମକ ଦେଇ ଅପମାନିତ କରିଥିଲେ। ତେଣୁ ପ୍ରିୟାପ୍ରୀତି ତୋଷଣ କରି ସରକାରୀ ଅର୍ଥର ହରିଲୁଟ୍ କରୁଥିବା ଦେବଗଡ଼ ବିଧାୟକ ଶ୍ରୀ ସୁବାସ ପାଣିଗ୍ରାହୀଙ୍କ ବିଧାୟକ ପାଙଋିର ଗତ ଚାରି ବର୍ଷ ହେଲା ଯେଉଁ ଅପବ୍ୟବହାର ହୋଇଛି ତାହାର ପୁଙ୍ଖାନୁ ୁଙ୍ଖ ତଦନ୍ତ କରି ତୁରନ୍ତ ବିଧାୟକଙ୍କ ବିରୋଧରେ ଏବଂ ସରକାରୀ ଅର୍ଥରେ ନିଜ ଘରର ପାଚେରି ନିର୍ମାଣ କରିଥିବା ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ବିଶ୍ୱାଳ ଦୃଢ଼ ଦାବି କରିଥିଲେ।

ଦେବଗଡ଼ ବିଧାୟକଙ୍କ ଅସଂଖ୍ୟ କଳା କାରନାମାର ଏହା କେବଳ ମାତ୍ର ଏକ ନମୁନା ବୋଲି ଦର୍ଶାଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଥିଲେ ଯେ ଓଡ଼ିଶା ବିଜେପିର ସବୁ ନେତା ଓ ବିଧାୟକମାନଙ୍କ ଚରିତ୍ର କ'ଣ ଏମିତି କଳଙ୍କିତ? ତିନି ତିନି ଥର ବିଧାୟକ ହୋଇଥିବା ବିଜେପିର ଜଣେ ପୁରୁଖା ନେତା ଶ୍ରୀ ପାଣିଗ୍ରାହୀ ଜାଣିଶୁଣି ଏତେ ବଡ଼ ଅନିୟମିତତା କଲେ କି ରି? ସରକାରୀ ଅର୍ଥକୁ ହରିଲୁଟ୍ କରିବା ପାଇଁ ନିଜ ଦଳୀୟ କର୍ମୀ ତଥା ଅନୁଗତଙ୍କ ହାତକୁ ଟେକି ଦେବା ପୂର୍ବରୁ ଥରେ ନିଜ ପଦ ମର୍ଯ୍ୟାଦା କଥା ଭାବିଲେ ନାହିଁ କେମିତି? ଏଭଳି ଅନିୟମିତତା ଓ ପ୍ରିୟାପ୍ରୀତି ତୋଷଣ କରିବାରେ ମାନ୍ୟବର ବିଧାୟକଙ୍କର ନିଶ୍ଚୟ ବହୁତ ଅଭିଜ୍ଞତା ରହିଛି। ସବୁ କଥାରେ ନୈତିକତାର ଭାଷଣ ଦେଉଥିବା ବିଜେପି ନେତାମାନେ ଦେବଗଡ଼ ବିଧାୟକଙ୍କ ହାତପାଙଋିର ଏଭଳି ଅପବ୍ୟବହାର ହୋଇଥିବା ଜାଣିବା ପରେ ମଧ୍ୟ ଏଯାଏ ଚୁପ ବସିଛନ୍ତି କାହିଁକି? ବିଭିନ୍ନ ଘଟଣାରେ ଲୋକଙ୍କୁ ଭୁଆଁ ବୁଲାଇ କେବଳ ହୀନ ରାଜନୀତି କରିବାକୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଉଥିବା ଓଡ଼ିଶା ବିଜେପି ନିଜ ଦଳର ବିଧାୟକଙ୍କ ଏଭଳି ଅନିୟମିତତାର ତଦନ୍ତ ଲାଗି କେବେ ଫ୍ୟାକ୍ଟ ଫାଇଣ୍ଡିଂ ପଠାଇବ, ତାହା ଆମେ ଅପେକ୍ଷା କରିଛୁ।

ଶ୍ରୀ ଦାସ ଆହୁରି କହିଥିଲେ ଯେ ଆମେ ଜାଣିଛୁ, ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଇବାକୁ ବିଜେପିର ସତସାହସ ନାହିଁ। ଏହା ପୂର୍ବରୁ ବିଜେପିର ଦୁଇ ବରିଷ୍ଠ ନେତା ଅଭ୍ୟାସଗତ ଅପରାଧୀ ଜୟନାରାୟଣ ମିଶ୍ର ଓ ଈରାଶିଷ ଆଚାର୍ଯ୍ୟ ମହିଳାଙ୍କ ଉପରେ ଆକ୍ରମଣ ଓ ଗୁଣ୍ଡାଗର୍ଦ୍ଦି କଲାବେଳେ ମଧ୍ୟ ସେମାନେ ଚୁପ ରହିଥିଲେ। ତେଣୁ ନିଜ ଦଳର ଆଉ ଜଣେ ବିଧାୟକଙ୍କ ଏଭଳି କଳା କାରନାମା ବେଳେ ସେମାନେ ଆଉ କ'ଣ କରିବେ? କେବଳ ମୁହଁରେ ତୁଣ୍ଡି ବାନ୍ଧି ବସିବେ। ଓଡ଼ିଶାବାସୀ ସବୁ ଦେଖୁଛନ୍ତି। ଆମର ଦୃଢ଼ ବିଶ୍ୱାସ ସଚେତନ ଜନତା ଠିକଣା ସମୟରେ ବିଜେପିର ଏଭଳି ଗୁଣ୍ଡାଗର୍ଦ୍ଦି, ଅନିୟମିତତା ଏବଂ ପ୍ରିୟାପ୍ରୀତିତୋଷଣର ଦୃଢ଼ ଜବାବ ଦେବେ। ଏହି ସାମ୍ୱାଦିକ ସମ୍ମିଳନୀରେ ବିଜେଡି କର୍ପୋରେଟର ତଥା ଦେବଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଅମରେଶ ଜେନା ମଧ୍ୟ ଉପସ୍ଥିତ ଥିଲେ

Other Press Release