Press Images

  ପ୍ରକାଶିତ :   24-Jul-2023

ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଓ ସଂଗଠକ ଜଗଦୀଶ ବିଶ୍ୱାଳ ବିଜେଡିରେ ସାମିଲ

ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଓ ଶ୍ରମିକ ସଂଗଠକ ଶ୍ରୀ ଜଗଦୀଶ ବିଶ୍ୱାଳ ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ତଥା ବିଜେଡିର ସାଧାରଣ ସଂପାଦକ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି।

ଏହି ଅବସରରେ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ଆଗେଇ ନେବା ତଥା ଶ୍ରୀ ବିଶ୍ୱାଳଙ୍କ ଯୋଗଦାନ ଫଳରେ ପଶ୍ଚିମ ଓଡ଼ିଶାରେ ଦଳୀୟ ସଂଗଠନ ମଜଭୁତ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ ଆଶା ପ୍ରକାଶ କରିଥିଲେ। ଶ୍ରୀ ବିଶ୍ୱାଳ ନିଜ ପ୍ରତିକି୍ରୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବିକାଶମୂଳକ କାର୍ଯ୍ୟ ତଥା ଜନକଲ୍ୟାଣ ଯୋଜନାରେ ଉଦବୁଦ୍ଧ ହୋଇ ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ବୋଲି କହିଥିଲେ। ମହିଳା ସଶକ୍ତିକରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ ଏକ୍ସପ୍ରେସ୍ ୱେ, ୫-ଟି ସ୍କୁଲ ରୂପାନ୍ତରଣ, କ୍ରୀଡ଼ା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲାଗି ଓଡ଼ିଶା। ଆଜି ସାରା ବିଶ୍ୱରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି ମତପ୍ରକାଶ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ବିଶ୍ୱାଳ, ରାଷ୍ଟ୍ରୀୟ କୁଲ୍ଟା ସମାଜର ଜାତୀୟ ସାଧାରଣ ସମ୍ପାଦକ, ଭାରତୀୟ ମଜଦୁର ସଂଘର ପଶ୍ଚିମ ଓଡ଼ିଶା ଆବାହକ, ଇଷ୍ଟ୍ କୋଷ୍ଟ ରେଲ୍ୱେ ଠିକା ମଜଦୁର ସଂଘର କ୍ଷେତ୍ରୀୟ ସଭାପତି ଭଳି ଅନେକ ସଂଗଠନ ସହ ସମ୍ପୃକ୍ତ ଅଛନ୍ତି। ଏହି ମିଶ୍ରଣ ପର୍ବରେ ଦଳର ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ଓ ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ଶ୍ରୀ ମୌସମ୍ ମିଶ୍ର ଉପସ୍ଥିତ ଥିଲେ।

Other Press Release