ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇବା ନେଇ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତା ବାସ୍ତବ ରୂପ ନେଉଛି। ଆଜି ଶୁଭାରମ୍ଭ କରିବାକୁ ଯାଉଥିବା 'ଆନନ୍ଦପୁର ବ୍ୟାରେଜ୍' ଏହାର ଅନ୍ୟତମ ନିଦର୍ଶନ। ମୁଖ୍ୟମନ୍ତ୍ରୀ ଆନନ୍ଦପୁର ବ୍ୟାରେଜର ଲୋକାର୍ପଣ କରି କେନ୍ଦୁଝର ଓ ବାଲେଶ୍ଵର ଜିଲ୍ଲାର ୬୦ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ସୁନିଶ୍ଚିତ କରିଛନ୍ତି।