ପୁରୀର ଉନ୍ନତି ପାଇଁ ୨୬୫ କୋଟି ବ୍ୟୟରେ ୫ଟି ପ୍ରକଳ୍ପ

ଉପରେ ପ୍ରକାଶିତ :     07-Aug-2019  

ପୁରୀ ସହରର ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୬୫ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ସ୍ଥାନୀୟ ବାସିନ୍ଦା ଓ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ ଉନ୍ନତମାନର ସେବା ଓ ସୁବିଧା ଯୋଗାଇବାକୁ ‘ଅଭଡା’ ଯୋଜନାରେ ୫ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ ଆରମ୍ଭ କରାଯିବ। ପୁରୀ ପୁରୁଣା ଜେଲ୍‌ ପରିସର, ଯାତ୍ରୀକା ଓ ମ୍ୟୁନିସ୍‌ପାଲଟି ମାର୍କେଟ୍‌ର ବିକାଶ କରାଯାଇ ସେଠାରେ ୧୨୫୦ ଦୋକାନ ଘର ନିର୍ମାଣ ସହ ପୁରୁଣା ଜେଲ୍‌ ପରିସରରେ ୪୦୦ କାର୍‌ ପାର୍କିଂ ପାଇଁ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ପୁରୀରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଗୋଟିଏ ଛାତ ତଳେ ରଖାଯିବ। ଏହା ଦ୍ଵାରା ସ୍ଥାନାନ୍ତରିତ ହୋଇଥିବା କାର୍ଯ୍ୟାଳୟ ପରିସରଗୁଡ଼ିକୁ ପାର୍କ ଆଦି ବିଭିନ୍ନ ନାଗରିକ ସୁବିଧା କେନ୍ଦ୍ର ଭାବରେ ବ୍ୟବହାର କରାଯାଇପାରିବ। ପୁରୀ ମ୍ୟୁନିସ୍‌ପାଲଟି ମାର୍କେଟ୍‌ର ପୁନଃରୁଦ୍ଧାର କରାଯାଇ ଏହାକୁ ଅତ୍ୟାଧୁନିକ ମାର୍କେଟ୍‌ କମ୍ପ୍ଲେକ୍‌ସରେ ପରିଣତ କରାଯିବ। ଆଚାର୍ଯ୍ୟ ହରିହର ଛକର ରାସ୍ତା ସମ୍ପ୍ରସାରଣ କରାଯାଇ ସେଠାରେ ବିଭିନ୍ନ ନାଗରିକ ସୁବିଧା ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

Other Announcements