Press Images

  ପ୍ରକାଶିତ :   12-Dec-2024

କ୍ରୀଡା ଭିତିଭୂମି ଵିକାଶ କ୍ଷେତ୍ରରେ ବ୍ୟାଡ଼ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର ଏକ ମାଇଲଖୁଣ୍ଟ


ଆଜି ଉଦ୍‌ଘାଟିତ ହୋଇଥିବା ବ୍ୟାଡ଼ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର ନବୀନଙ୍କ ଵିକାଶ ମୂଳକ କାମର ଜ୍ଵଳନ୍ତ ଉଦାହରଣ: ବିଜେଡି

କଳିଙ୍ଗ ଷ୍ଟାଡିଅମ ପରିସରରେ ଆଜି ବ୍ୟାଡ଼ମିଣ୍ଟନର ଏକ ହାଇ ପରଫର୍ମାନ୍ସ ସେଣ୍ଟର ଉଦଘାଟିତ ହୋଇଯାଇଛି। ବିଜୁ ଜନତା ଦଳ ତରଫରୁ ଦଳର ମୁଖପାତ୍ର ଓ ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି, ଓଡ଼ିଶାର କ୍ରୀଡା ଭିଭିଭୂମି ବିକାଶ କ୍ଷେତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ନିଆ ଯାଇଥିବା ପଦକ୍ଷେପ ଯୋଗୁ ଓଡ଼ିଶା ଦେଶର କ୍ରୀଡା ହବ ଭାବେ ପରିଚଯ ସୃଷ୍ଟି କରିପାରିଛି। ନବୀନଙ୍କ ଶାସନ କାଳରେ କ୍ରୀଡା ଭିଭିଭୂମି ନିର୍ମାଣ କ୍ଷେତ୍ରରେ ହୋଇଥିବା ଅନେକ ବିଶ୍ଵସ୍ତରୀୟ ଭିଭିଭୂମି ମଧ୍ୟରୁ ଆଜି ଉଦଘାଟିତ ହୋଇଥିବା ହାଇ ପରଫର୍ମାନ୍ସ ସେଣ୍ଟର ଅନ୍ୟତମ।

ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ଓଡ଼ିଶା ସରକାରଙ୍କ ସହିତ ଡାଲମିଆ ଭାରତ ଓ ପୁଲେଲା ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ ଫାଉଣ୍ଡେସନର ଏକ ବିଶ୍ଵସ୍ତରୀୟ ବ୍ୟାଡ଼ମିଣ୍ଟନ ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥଲା ଏହି ଚୁକ୍ତି ଅନୁସାରେ, ଫେବୃଆରୀ ୨୦୧ ୯ ମସିହାରେ, ତକ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାର ଭିଭିପ୍ରସ୍ତର ସ୍ଥାପନ କରିଥିଲେ। ଏହାର ନିର୍ମାଣ ପାଇଁ ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିଅମ ପରିସରରେ, ତିନି ଏକର ଜମି ଯୋଗାଇ ଦେଇଥିଲେ। ଏହି ସେଣ୍ଟର ନିର୍ମାଣ କରିବା ପାଇଁ ଡାଲମିଆ ଭାରତ ତରଫରୁ ୫୫ କୋଟି ଟଙ୍କାରେ ନିର୍ମାଣ ହେବ ବୋଲି ଅଟକଳ ହୋଇଥିବା ବେଳେ, ବ୍ୟାଡ଼ମିଣ୍ଟନର ଜାତୀୟ କୋଚ ତଥା କିମ୍ବଦନ୍ତୀ ବ୍ୟାଡ଼ମିଣ୍ଟନ ବ୍ୟକ୍ତିତ୍ଵ ଶ୍ରୀ ପୁଲେଲା ଗୋପୀଚାନ୍ଦ ଏହି ସେଣ୍ଟରର ପରିଚାଳନା ଓ କୋଚିଂ ପ୍ରଦାନ କରିବେ ବୋଲି ଚୁକ୍ତିରେ ସ୍ଥିର କରାଯାଇଥିଲା। ଏଥିରେ, ଆଠଟି ବ୍ୟାଡ଼ମିଣ୍ଟନ କୋର୍ଟ ରହିଥିବା ବେଳେ ୫୦୦ ଦର୍ଶକ ବସିବା ପାଇଁ ବ୍ୟବସ୍ଥା ରହିଛି।

ଡ଼ଃ ମହାନ୍ତି କହିଥିଲେ, ଓଡ଼ିଶାରେ କ୍ରୀଡା ଭିଭିଭୂମି ନିର୍ମାଣ ହେଉ ବା ଆନ୍ତର୍ଜାତୀୟ ସ୍ତରର କ୍ରୀଡା ପ୍ରତିଯୋଗିତା ଆୟୋଜନ କରିବା କ୍ଷେତ୍ରରେ ହେଉ, ନବୀନ ସରକାରଙ୍କ କାର୍ଯ୍ୟ ସଦା ସ୍ମରଣୀୟ ହୋଇ ରହିବ। ନବୀନ ସରକାରଙ୍କ ୨୪ ବର୍ଷର ଶାସନ କାଳରେ ଓଡ଼ିଶାରେ କୌଣସି ବିକାଶ ହୋଇନାହିଁ ବୋଲି ଚିତ୍କାର କରି ଆସୁଥିବା ବିଜେପିର ଦୁଇ ମୁଖ୍ୟମନ୍ତ୍ରୀ ଆଜି ନିଶ୍ଚିତ ଭାବେ ନବୀନଙ୍କ ଵିକାଶମୂଳକ କାର୍ଯ୍ୟର ଝଲକ ପାଇଥିବେ। ଜଣେ ପ୍ରତୀପକ୍ଷ ଦଳର ବ୍ୟକ୍ତି ଭାବେ ଏ କଥାକୁ ଖୋଲାଖୋଲି ଭାବେ ସ୍ଵୀକାର କରିପାରୁ ନଥିଲେ ମଧ୍ୟ ନିଜ ମନ ଭିତରେ ସ୍ଵୀକାର କରିବାକୁ ବାଧ୍ୟ ହୋଇଥିବେ ବୋଲି ଡ଼ଃ ମହାନ୍ତି କହିଛନ୍ତି।

Other Press Release