ପ୍ରକାଶିତ : 04-Dec-2024
ପୋଲାଭରମ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହେବାକୁ ଥ୍ବବା ଆଦିବାସୀଙ୍କୁ ନ୍ୟାୟ ଦିଅ: ବିଜେଡି
ବିଜୁ ଜନତା ଦଳର ଏକ ପ୍ରତିନିଧତ୍ଵ ମଣ୍ଡଳୀ ଓ ବିଜେଡି ରାଜ୍ୟସଭା ସଦସ୍ୟମାନଙ୍କ ସହିତ ଆଜି କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗର ସଚିବ, ଜାତୀୟ ଏସଟି କମିସନ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ସଚିବଙ୍କୁ ତାଙ୍କ ଦିଲ୍ଲୀ କାର୍ଯ୍ୟାଳୟରେ ଭେଟି ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ହଜାର ହଜାର ଆଦିବାସୀ ଜୀବନ ଜୀବିକା ହରାଇବେ ବୋଲି ଦୃଢ଼ ଯୁକ୍ତି ଉପସ୍ଥାପନା କରିଛନ୍ତି।
ବିଜେଡି ତରଫରୁ ଗତ କାଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି ଆର ପାଟିଲଙ୍କୁ ପ୍ରଦାନ କରାଯାଇଥୁବା ଏକ ଦାବିପତ୍ରର ନକଲ ସମସ୍ତ ଅଧିକାରୀମାନଙ୍କୁ ପ୍ରଦାନ କରିଥିଲେ। କୁହାଯାଇଛି, ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ପ୍ରାୟ ଦୁଇ ଶହରୁ ଅଧ୍ଵକ ଗ୍ରାମ ଜଳମଗ୍ନ ହେବ ଓ ଏଥରେ ମୁଖ୍ୟତଃ, ହଜାର ହଜାର ଆଦିବାସୀ ପରିବାର ଜୀବନ ଜୀବିକା ହରାଇବେ ବୋଲି କହିଛନ୍ତି। ପ୍ରକଳ୍ପ ଆରମ୍ଭ ସମୟରେ ଏହାର କ୍ଷମତା ୩୬ ଲକ୍ଷ କ୍ୟୁସେକ ଥିଲା। ପରବର୍ତୀ ସମୟରେ ଏକତରଫା ଭାବେ, ଏହାର କ୍ଷମତାକୁ ୫୦ ଲକ୍ଷ କ୍ୟୁସେକକୁ ବଢ଼ାଇ ଦିଆ ଯାଇଥିଲା। ଏହି ପ୍ରକଳ୍ପର କ୍ଷମତା ବଢ଼ାଇ ଦିଆ ଯିବା ପରେ ପ୍ରକଳ୍ପର ପଛୁଆ ପାଣି। ଓଡ଼ିଶାର ମାଲକାନଗିରି ଜିଲ୍ଲା ଉପରେ କଣ ପ୍ରଭାବ ପଡିବ ତାହାର ଆକଳନ କରାଯାଇ ନଥିଲା। ତେଣୁ, ୨୦୦୭ ମସିହାରେ ରାଜ୍ୟ ସରକାର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ଦ୍ଵାରସ୍ତ ହୋଇଥିଲେ। ପରେ, ୨୦୨୨ରେ ସର୍ବୋଚ୍ଚ ନ୍ୟାୟାଳୟ ଏହା ଉପରେ ମନ୍ତବ୍ୟ ରଖି ପ୍ରକଳ୍ପର କ୍ଷମତା ବୃଦ୍ଧି ପରେ ପାର୍ଶ୍ଵବତୀ ଅଞ୍ଚଳ ଉପରେ ଏହାର ପ୍ରଭାବ ଉପରେ ଆକଳନ କରିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। ଏହା ପରେ ମଧ୍ୟ ଏହି ବର୍ଦ୍ଧିତ କ୍ଷମତାରେ ପ୍ରକଳ୍ପ ହେଲେ, ପ୍ରକଳ୍ପର ବ୍ୟାକ ଏାଟର ବା ପଛୁଆ ପାଣି କେଉଁ କେଉଁ ଅଞ୍ଚଳକୁ ଜଳମଗ୍ନ କରିବ, ତାହାର ଆକଳନ କରାଯାଇନାହିଁ। ଆଇଆଇଟି ରୁର୍କୀ ଦ୍ଵାରା କରାଯାଇଥିବା ଏକ ଆକଳନରୁ ଜଣାପଡିଛି, ବର୍ଦ୍ଧିତ କ୍ଷମତା ୫୮ ଲକ୍ଷ କ୍ୟୁସେକ ଜଳ ହେଲେ ପଛୁଆ ପାଣିର ଉଚ୍ଚତା ୨୩୨.୨ ମିଟର ହେବ ବୋଲି ଆକଳନ କରାଯାଇଛି।
ବିଜେଡି ତରଫରୁ ଦିଆଯାଇଥିବା ଦାବିପତ୍ରରେ କୁହା ଯାଇଛି, ଏହି ପ୍ରକଳ୍ପକୁ ପୁରା କରିବା ପାଇଁ ୨୦୨୪-୨୫ କେନ୍ଦ୍ର ବଜେଟରେ ୧୫ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଥିଲା। ଏହି ଅନୁଦାନ ଘୋଷଣା ପରେ ମାଲକାନଗିରି ଜିଲ୍ଳାର ବାସିନ୍ଦା ମାନଙ୍କ ମଧ୍ୟରେ ନାନା ଆଶଙ୍କା ଦେଖା ଯାଇଥୁଲା। ମାଲକାନଗିରି ଜିଲ୍ଲାର ବାସିନ୍ଦାଙ୍କ ଆଶଙ୍କାକୁ ସମ୍ମାନ ଜଣାଇ ବିଜେଡିର ସଭାପତି ପ୍ରଥମେ ମାଲକାନଗିରି ଓ ପରେ ପ୍ରକଳ୍ପ ଅଞ୍ଚଳକୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଠାଇଥିଲେ। ପ୍ରକଳ୍ପ ଅଞ୍ଚଳରେ କାମ ଆରମ୍ଭ କରିବା ପାଇଁ ତତ୍ପରତା ଦେଖିବାକୁ ମିଳିଥିଲା। କିନ୍ତୁ ଏହାର ପ୍ରଭାବ କେଉଁ କେଉଁ ଅଞ୍ଚଳ ଉପରେ ପଡିବ ତାହା କେବଳ ସିଡବ୍ଲସିର ଅଧିକାରୀ ମାନେ କହି ପାରିବେ ବୋଲି ସେଠାକାର ଅଧିକାରୀ ମାନେ କହିଥିଲେ। ବିଶେଷଜ୍ଞ ମାନଙ୍କ ସହ ଆଲୋଚନରୁ ଜଣା ପଡିଛି, ଏହି ପ୍ରକଳ୍ପ ଯୋଗୁ ମାଲକାନଗିରି ଜିଲ୍ଲାର ମୋଟୁ ଓ ପଡ଼ିଆ ଅଞ୍ଚଳର ପ୍ରାୟ ଦୁଇ ଶହରୁ ଅଧ୍ବକା ଗ୍ରାମ ଜଳମଗ୍ନ ହେବ।
ଏହି ପ୍ରକଳ୍ପର ପଛୁଆ ପାଣି କେଉଁ କେଉଁ ଅଞ୍ଚଳକୁ ପ୍ରଭାବିତ କରିବ ଓ ମାଲକାନଗିରି ଜିଲ୍ଲାର ଆଦିବାସୀ ମାନଙ୍କ ଜୀବନ ଜୀବିକା ଉପରେ ଏହାର କଣ ପ୍ରଭାବ ପଡିବ, ତାହାର ଏକ ସବିଶେଷ ଆକଳନ କରିବା ପାଇଁ ବିଜେଡି ପକ୍ଷରୁ ଦାବି କରା ଯାଇଥିଲା। ତାଛଡା, ଏହି ପ୍ରକଳ୍ପରେ ପ୍ରଭାବିତ ହେବାକୁ ଥୁବା ଅଞ୍ଚଳରେ ଜନ ଶୁଣାଣି କେବେ ହୋଇ ନଥିବାରୁ, ଏହା ମଧ୍ୟ ତୁରନ୍ତ କରାଯାଉ ବୋଲି ବିଜେଡି ତରଫରୁ ଦାବି କରା ଯାଇଛି।
ବିଜେଡିର ଏହି ପ୍ରତିନିଧି ମଣ୍ଡଳୀରେ ଥିବା ସାଂସଦ ଶ୍ରୀ ନିରଞ୍ଜନ ବିଶି, ଶ୍ରୀ ରମେଶ ମାଝୀ, ଶ୍ରୀ ମାନସ ମାଡକାମୀ, ଶ୍ରୀ ମନୋହର ରନ୍ଧାରୀ ଓ ଡ଼ଃ ପ୍ରିୟବ୍ରତ ମାଝୀ ପ୍ରମୁଖ ଆଦିବାସୀ ନେତା ଆଲୋଚନା କରିଥୁଲେ। ଏମାନଙ୍କ ସହ ସମନ୍ଵୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେଵୀ ପ୍ରସାଦ ମିଶ୍ର, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ଶ୍ରୀ ଭୃଗୁ ବକ୍ଷିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।