ପ୍ରକାଶିତ : 14-Nov-2024
ବିଜେପି ବରିଷ୍ଠ ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ରଙ୍କ ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥୁବା ଅନ୍ତରୀଣ ଜାମିନକୁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ପ୍ରତ୍ୟାଖ୍ୟାନ କରିବା ପରେ ବିଜୁ ଜନତା ଦଳ ତାଙ୍କ ଗିରଫ ଦାବୀ କରିଛି। ଶଙ୍ଖଭଵନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସଂସଦ ତଥା ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ ଶ୍ରୀ ମିଶ୍ରଙ୍କ ବିଶୃଙ୍ଖଳିତ ଆଚରଣ ଓ ବିଜେପି ସରକାରଙ୍କ ଆଇନ ଶୃଙ୍ଖଳଳା ରକ୍ଷା କରିବାରେ ଦୋହରା ମାପଦଣ୍ଡ ପାଇଁ କଟୁ ସମାଲୋଚନା କରିଥ୍ବଲେ। ଗୋଟିଏ ପଟେ, ବିଜେପି ବିଧାୟକ ବା କର୍ମୀ ଅପରାଧରେ ଲିପ୍ତ ରହୁଛନ୍ତି ଅପରପକ୍ଷରେ ବିଜେପି ସରକାର ସେମାନଙ୍କୁ ଘଣ୍ଟ ଘୋଡାଉଛି। ସେ କୁଚିଣ୍ଡା ଗଣବଳାକ୍ରାର ହେଉ କି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମାମଲା ହେଉ, ବିଜେପି ସରକାର କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଅଭିଯୁକ୍ତର ଚେହେରା ଦେଖି ନେଉଛନ୍ତି। ଏହି କାରଣରୁ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି। ଆଜିର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତି ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ସୃଷ୍ଟି କରିଛି।
ଶ୍ରୀମତୀ ଦେଓ କହିଥିଲେ, ୧୫ ଫେବୃଆରୀ ୨୦୨୩ ଦିନ ବିଜେପିର ଏକ ଧାରଣା କାର୍ଯ୍ୟକ୍ରମ ସମୟରେ ଶ୍ରୀ ମିଶ୍ର ଜଣେ ମହିଳା ଥାନା ଅଧ୍ଵକାରୀଙ୍କୁ ଚାପୁଡ଼ା ମାରିବାର ଅଭିଯୋଗ ଆସିଥ୍ଵଲା। ଏହି ଅଭିଯୋଗକୁ ଭିଉି କରି ସମ୍ବଲପୁର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ସମାଜରେ ନିଜ ବ୍ୟବହାର ମାଧ୍ଯମରେ ଜଣେ ନେତୃତ୍ବ ନେଉଥୁବା ବ୍ୟକ୍ତି ଉଦାହରଣ ସୃଷ୍ଟି କରିବାର ଆବଶ୍ୟକ ରହିଛି ବୋଲି ଟିପ୍ପଣୀ ଦେଇ ସର୍ବୋଚ୍ଚ ନ୍ୟାୟାଳୟ ଶ୍ରୀ ମିଶ୍ରଙ୍କ ମହିଳା ପୋଲିସ ଅଧିକାରୀଙ୍କ ପ୍ରତି ଆଚରଣକୁ ନାପସନ୍ଦ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ପ୍ରଦାନ କରା ଯାଇଥ୍ଵବା ଅନ୍ତରୀଣ ସୁରକ୍ଷାକୁ ମଧ୍ୟ ଉଠାଇ ଦେଇଛନ୍ତି। ଯେହେତୁ ତାଙ୍କର ଅନ୍ତରୀଣ ସୁରକ୍ଷା ଉଠାଇ ଦିଆଯାଇଛି ଓ ଆଗୁଆ ଜାମିନ ମଧ୍ୟ ପ୍ରତ୍ୟାଖାନ ହୋଇ ଯାଇଛି ଶ୍ରୀ ମିଶ୍ରଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଆମେ ଦାବୀ କରୁଛୁ ବୋଲି ଶ୍ରୀମତୀ ଦେଓ କହିଥିଲେ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ଅନ୍ତରୀଣ ଜାମିନ ଦେବାକୁ ମନା କରିବା ସହିତ ଶ୍ରୀ ମିଶ୍ରଙ୍କ ଆଚରଣ ଉପରେ କଡ଼ା ଟିପ୍ପଣୀ ଦେଇଥିଲେ। କୋର୍ଟ ଏହି ମାମଲାରେ ଶ୍ରୀ ମିଶ୍ରଙ୍କ ବିରୋଧରେ ପ୍ରାଭମା ଫେସି ପ୍ରମାଣ ରହିଛି ବୋଲି ମନ୍ତବ୍ୟ ଦେଇଥ୍ବଲେ। ଜଣେ ମହିଳା ପୋଲିସକୁ ତାର କର୍ତବ୍ୟ ପାଳନ କରିବାରେ ପ୍ରତିରୋଧ କରିବା ସହିତ ତାଙ୍କୁ ଜନସାଧାରଣଙ୍କ ସାମ୍ନାରେ ଅପମାନିତ କରାଯାଇଥଲା ବୋଲି କୋର୍ଟ କହିଥୁଲେ। ଶ୍ରୀ ମିଶ୍ର କିଡ଼ନୀ ରୋଗରେ ପୀଡିତ ଓ ସେହି ଗ୍ରାଉଣ୍ଡରେ ତାଙ୍କୁ ବେଲ ପ୍ରଦାନ ପାଇଁ ଦରଖାସ୍ତ କରିଥଲେ ମଧ୍ୟ, ଏହି ସମ୍ବନ୍ଧୀୟ କୌଣସି ଡକ୍ୟୁମେଣ୍ଟ ଦାଖଲ କରି ନାହାନ୍ତି ବୋଲି କୋର୍ଟ ଏହାକୁ ଗ୍ରହଣ କରି ନଥ୍ବଲେ।
ଶ୍ରୀ ମିଶ୍ର ଏପରି ଅନେକ ଅପରାଧିକ ମାମଲାରେ ଜଡ଼ିତ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଜିର ଅର୍ଡର ପରେ ଶ୍ରୀ ମିଶ୍ର ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟରେ ସେ ନିଜେ ଅନେକ ଅପରାଧରେ ଜଡିତ ବୋଲି ଗର୍ବର ସହିତ ସ୍ବୀକାର କରିଥ୍ବଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ସରକାରରେ ଥିବା ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ଶ୍ରୀ ମିଶ୍ର ଆଇନକୁ ହାତକୁ ନେବାରେ ଦ୍ୱିଧା ନାହିଁ ଓ ଏପରି କେସକୁ ସେ ଖାତିର କରନ୍ତି ନାହିଁ ବୋଲି ସ୍ପଷ୍ଟ କହୁଛନ୍ତି। ବିଜେଡି ସରକାର ତାଙ୍କ ନାଁରେ ମିଛ ଅଭିଯୋଗ ଆଣି କେସ କରିଛନ୍ତି ବୋଲି ଶ୍ରୀ ମିଶ୍ର ଆଜି କହିଛନ୍ତି କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି କହିଛନ୍ତି।