ପ୍ରକାଶିତ : 17-Nov-2024
ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଜାରି ରହିଥିବା ବେଳେ ଆଜି ବିଜୁ ଯୁବ ଜନତା ଦଳ ତରଫରୁ ଭିଡିଓ କନଫରେନସିଙ୍ଗ ମାଧ୍ୟ୍ୟମରେ ଅନୁଷ୍ଠିତ ହୋଇ ଯାଇଛି। ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ, ବିଜୁ ଯୁବ ଜନତା ଦଳର ସଭାପତି ଡ଼ଃ ବ୍ୟୋମକେଶ ରାୟଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବିଜେଡିର ସମନ୍ଵୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସାଂସଦ ମୁଜିବୁଲା ଖାନ, ଶ୍ରୀ ସୁବାଶିଷ ଖୁଣ୍ଟିଆ, ଦଳର ବରିଷ୍ଠ ନେତା ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ ଶ୍ରୀ ପ୍ରଣବ ବଳବନ୍ତରାୟ, ଶ୍ରୀ ବିଜୟ ନାୟକ ଇତ୍ୟାଦି ନିଜର ବକ୍ତବ୍ୟ ରଖ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଚବିଶ ବର୍ଷ ଶାସନ କାଳରେ ରାଜ୍ୟରେ ଅନେକ ପ୍ରଗତି ହୋଇଛି ବୋଲି କହିଥିଲେ। ବିଜୁ ଜନତା ଦଳ ଗତ ନିର୍ବାଚନରେ ପରାଜୟ ବରଣ କରିଥ୍ବଲେ ମଧ୍ୟ ସମୁଦାୟ ଭୋଟ ହାସଲରେ ଏକ ନମ୍ବର ସ୍ଥାନ ବଜାୟ ରଖ୍ଛି। ଓଡ଼ିଶାର ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ଲଢେଇ କରୁଥିଲା ଏବଂ ଆଗାମୀ ଦିନରେ ମଧ୍ୟ ଲଢେଇ ଜାରି ରଖ୍ଵବ ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ, ୫୦୦ରୁ ଅଧିକ ବିଜୁ ଯୁବ ଜନତା ଦଳର ସଦସ୍ୟ ଭାଗ ନେଇଥିଲେ ଓ ଆରମ୍ଭ ହୋଇଥୁବା ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ଦଶ ଲକ୍ଷ ଯୁବକଙ୍କୁ ନୂତନ ସଭ୍ୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥ୍ଵଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ, ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶ୍ରୀ ଶୁଭେନ୍ଦୁ ମଙ୍ଗରାଜ, ଶ୍ରୀ ବୈକୁଣ୍ଠ ନାୟକ, ସୋଫିଆ ଆଲାମ, ଶ୍ରୀ ସତ୍ୟଜିତ ପଟ୍ଟନାୟକ, ଶ୍ରୀ ତାରିଣୀ ପ୍ରସାଦ ନାୟକ, ଶ୍ରୀ ରଶ୍ମୀରଂଜନ ଦାସ, ଶ୍ରୀ ଆଶୀଷ ସାହୁ, ଶ୍ରୀ ଦିଲ୍ଲୀପ ସେନାପତି, ଅବ୍ତାଭ ଆଲାମ୍ ଖାନ୍, ଶ୍ରୀ ବିଜୟ କେତନ ସାହୁ, ଶ୍ବୀ ବାସୁଦେବ ଶାହ, ଶ୍ରୀ ଶୁଭଜିତ ପାଢୀଙ୍କ ସହ ସମସ୍ତ ସାଙ୍ଗଠନିକ ଜିଲ୍ଲାର ଯୁବ ସଭାପତି, ବ୍ଲକ ସଭାପତି, ଏନ୍ଏସି ସଭାପତି, ମ୍ୟୁନିସପାଲିଟି ସଭାପତି ଓ ବିଜୁ ଯୁବ ଜନତା ଦଳର ପ୍ରମୁଖ ପଦାଧିକାରୀଙ୍କୁ ଡିଜିଟାଲ ସଦସ୍ୟ ଗ୍ରହଣ ପ୍ରକ୍ରିୟା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା।