ପ୍ରକାଶିତ : 31-Mar-2024
୧୪୭ ବିଧାନସଭା ଆସନରେ ଲଢ଼ିବାକୁ ବିଜେପି ପ୍ରାର୍ଥୀ ପାଉନି। ସେଥିପାଇଁ ଏଯାଏଁ ଜଣେ ପ୍ରାର୍ଥୀଙ୍କ ନାଁ ବି ବିଜେପି ଘୋଷଣା କରିପାରିନି ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର।
ଡକ୍ଟର ପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ, ଓଡ଼ିଶା ଭାରତୀୟ ଜନତା ପାର୍ଟି କହୁଛି ୧୪୭ ନିର୍ବାଚନ ମଣ୍ଡଳୀରେ ଲଢ଼ିବ, ହେଲେ ସେମାନେ ସେହି ୧୪୭ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ପାଇପାରୁ ନାହାନ୍ତି, ଏହା ହେଉଛି ବାସ୍ତବିକ ସତ୍ୟ। ବିଜେପି ୨୧ ଲୋକସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଘୋଷଣା କଲା, ହେଲେ ଏବେଯାଏଁ ଗୋଟିଏ ବି ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ।ରିଲା ନାହିଁ। ପ୍ରାର୍ଥୀ ପାଉନଥିବାରୁ ବିଜେପି ଜନବିରୋଧୀ ଓ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ନେତାଙ୍କୁ ନିଜ ଦଳକୁ ନେଉଛି। ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀ ପାଉନଥିବାରୁ ରାଜ୍ୟ ବିଜେପି ଅସହାୟ ହୋଇପଡ଼ିଛି ବୋଲି ଡକ୍ଟର ପାତ୍ର କହିଛନ୍ତି।