ପ୍ରକାଶିତ : 22-Mar-2024
ଶ୍ରୀ ଭର୍ତ୍ତୃହରି ମହତାବଙ୍କୁ ଛ ଛ ଥର ବିଜେଡି ଦଳରୁ ଟିକଟ ଦିଆଯାଇ ଦିଲ୍ଲୀ ପଠା ଯାଇଥିଲା। ୨୦୧୪ ଓ ୨୦୧୯ରେ ଶେଷ ମୁହୂର୍ତ୍ତରେ ଟିକଟ ଦିଆଯାଇଥିଲା କାରଣ ତାଙ୍କ ସ୍ଥିତି କଟକର ଭଲ ନଥିଲା। ସେ ଦିନକୁ ଦିନ ଲୋକଙ୍କଠାରୁ ଦୂରେଇ ଯାଇଥିଲେ। ସେ ଜାଣିସାରିଥିଲେ ଯେ ଏଥର ସେ ଟିକଟ ପାଇବେ ନାହିଁ। ଏହି ସମ୍ପର୍କରେ ସେ ଦଳରୁ ବି ଇସାରା ପାଇଥିଲେ। ସେ ବହୁ ଦିନରୁ ବିଜେପି ସହ ସମ୍ପର୍କରେ ଥିଲେ। ଟିକଟ ପାଇବା ଲୋଭରେ ଓ ପଦ ପଦବୀଲୋଭରେ ସେ ବିଜେପିକୁ ଯାଉଛନ୍ତି ବୋଲି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମାହାଙ୍ଗା ବିଧାୟକ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରତାପ ଜେନା।