ପ୍ରକାଶିତ : 14-Jul-2019
ଦଳର ସାଂସଦମାନେ ରାଜ୍ୟସ୍ଵାର୍ଥ ସମ୍ବଳିତ ପ୍ରସଙ୍ଗକୁ ସଂସଦରେ ସଠିକ ଉପସ୍ଥାପନ କରୁଥିବାରୁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ମହିଳା ସାଂସଦଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ମହିଳା, ଯୁବକ, ସଂରକ୍ଷିତ ବର୍ଗଙ୍କ ସ୍ଵାର୍ଥ ରକ୍ଷା ସହ ରାଜ୍ୟର ସାମୁହିକ ବିକାଶ ପାଇଁ ଦକ୍ଷତାର ସହ କାର୍ଯ୍ୟ କରିବାକୁ କହିଛନ୍ତି। ସାଂସଦମାନେ ନିଜ ଅଞ୍ଚଳ ଗସ୍ତ କରି ଅଞ୍ଚଳବାସୀଙ୍କ ସମସ୍ୟା ସମାଧାନ ପାଇଁ କିଭଳି ଉଦ୍ୟମ କରୁଛନ୍ତି, ସେ ନେଇ ପ୍ରତି ଦୁଇ ମାସରେ ସଭାପତିଙ୍କୁ ଅବଗତ କରାଇବେ। ସଭାପତି ଏହାର ସମୀକ୍ଷା କରି ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ କିଭଳି କାର୍ଯ୍ୟ କଲେ ନିଜକୁ ପୂର୍ଣ୍ଣପ୍ରାଣରେ ଉତ୍ସର୍ଗ କରିହେବ, ସେ ନେଇ ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ଦେବେ।