Published : ଓଡିଶା ସନ୍ ଟାଇମ୍ସ
/03-Aug-2017
ରାଜ୍ୟର ପୌରାଞ୍ଚଳରେ ବିଦ୍ୟୁତଶକ୍ତିର ଚାହିଦାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଏନର୍ଜି ଏଫିସିଏନ୍ସି ସର୍ଭିସ ଲିମିଟେଡ(ରାଷ୍ଟ୍ରାୟତ ଉଦ୍ୟୋଗ) ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରୀତ ହୋଇଛି। ଏହି ଚୁକ୍ତି ଅନୁଯାୟୀ ରାଜ୍ୟର ୧୦୭ ଟି ପୌରାଞ୍ଚଳରୁ ପାରମ୍ପରୀକ ଲାଇଟ୍ ଗୁଡିକ ପରିବର୍ତ୍ତନ କରାଯାଇ ସେହିସବୁ ସ୍ଥାନରେ କମ୍ ବିଦ୍ୟୁତ ଶକ୍ତିରେ ଜଳୁଥିବା ଏଲଇଡି ଲାଇଟ୍ ବର୍ଷକ ମଧ୍ୟରେ ଲଗାଯିବ।