Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/27-Jul-2017
ଭଦ୍ରକ ଜିଲ୍ଲାର ହୁଇଲର ଦ୍ବୀପର ବର୍ହିଭାଗକୁ ପୂର୍ବତନ ରାଷ୍ଟ୍ରପତି ଡ. ଏ ପି ଜେ ଅବଦୁଲ କାଲାମଙ୍କ ନାମରେ ନାମିତ କରିବାପାଇଁ ଓଡିଶା ସରକାର ଆଜି ଔପଚାରିକ ଭାବେ ଘୋଷଣା କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡ.କାଲାମଙ୍କ ଦ୍ବିତୀୟ ଶ୍ରାର୍ଦ୍ଧ ବାର୍ଷିକ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିକହିଥିଲେ,ଯେ ବାଲେଶ୍ବର ଜିଲ୍ଲାର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟି ଏବଂ ଭଦ୍ରକ ଜିଲ୍ଲାର ହୁଇଲର ଦ୍ବୀପ ସହ ଡ.କାଲାମଙ୍କ ଗଭୀର ସମ୍ପର୍କ ଥିଲା।