Published : ପାଓନିଅର
/18-Jun-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜୁନ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଜିୟୁଙ୍କ ରଥଯାତ୍ରା ସମ୍ପର୍କରେ ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହ ଚୁଡାନ୍ତ ପର୍ଯ୍ୟାର ସମୀକ୍ଷା କରିଛନ୍ତି। ବରିଷ୍ଠ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ରଥଯାତ୍ରା ସଂଯୁକ୍ତ ସମସ୍ତ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଶେଷ ହୋଇଛି ବୋଲି ଜଣାଇଥିଲେ। ପୂର୍ତ୍ତ, ଜନସ୍ବାସ୍ଥ୍ୟ ବିଭାଗ, ଡ୍ରେନେଜ, ସ୍ବୋରେଜ, ରେଳବାଇ, ଜାତୀୟ ରାଜପଥ ଏବଂ ପୁରୀ ପୌରପାଳିକା ରଥଯାତ୍ରା ପାଇଁ ସେମାନଙ୍କ କାମ ସାରିଲେଣୀ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ସେହିପରି ରଥଯାତ୍ରା ସମୟରେ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଓ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ।