Published : ଓଡିଶା ସନ୍ ଟାଇମ୍ସ
/22-Dec-2016
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ୨୦୦୦ ମସିହା ଠାରୁ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୧୧୮ ପ୍ରତିଶତ ବୃଦ୍ଧି ପାଇଛି। ଭୁବନେଶ୍ବରଠାରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ୨୦୦୩ ରୁ ୨୦୧୩ ମସିହା ମଧ୍ୟରେ ରାଜ୍ୟରେ କୃଷକ ମାନଙ୍କର ହାରାହାରି ଆୟ ଦ୍ବିଗୁଣିତ ହୋଇଯାଇଛି। ପଶୁ ପାଳନ କ୍ଷେତ୍ରରେ ସେହି ସମୟ ମଧ୍ୟରେ ୩୩.୩୫ ପ୍ରତିଶତ ଅଭିବୃଦ୍ଧି ହୋଇଛି। ସେହିପରି ଅଣ୍ଡା, ମାଂସ ଉତ୍ପାଦନ କ୍ଷେତ୍ରରେ ଯଥାକ୍ରମେ ୧୬୪ ଏବଂ ୩୪୧ ପ୍ରତିଶତ ବୃଦ୍ଧି ପାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।