Published : ଓଡିଶା ସନ୍ ଟାଇମ୍ସ
/28-Oct-2016
ସରକାରୀ କର୍ମଚାରୀ ଓ ପେନ୍ ଭୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦିପାବଳୀ ଉପହାର। ରାଜ୍ୟ ସରକାର ସପ୍ତମ ବେତନ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରି କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ଦ୍ଧିତ ଦରମା କେଉଁ ଭିତ୍ତିରେ ପ୍ରଦାନ କରାଯିବ ସେଥିନେଇ ଖୁବଶିଘ୍ର ଏକ ଫିଟମେଣ୍ଟ କମିଟି ଗଠନ କରାଯାଇ ସେ ସମ୍ପର୍କରେ ସ୍ଥିର କରାଯିବ।