Published : ଓଡ଼ିଶା ସନ୍ ଟାଇମ୍ସ
/05-Apr-2019
ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ମାଲକାନାଗିରି ଜିଲ୍ଲାର କାଲିମେଳାର ଅଞ୍ଚଳରେ ବସବାସ କରୁଥିବା ବେଙ୍ଗଲି ସମ୍ପ୍ରଦାୟକୁ କହିଛନ୍ତି ସେମାନଙ୍କ ସମସ୍ୟା ଗୁଡିକ ତାଙ୍କ ଦୃଷ୍ଟିକୁ ଆସିଛି। ସେହିସବୁ ସମସ୍ୟାର ସମାଧାନ ଦିଗରେ ସେ ପଦକ୍ଷେପ ଗ୍ରହଣ କରିବେ । କାଲିମେଳା ଠାରେଏକ ନିର୍ବାଚନ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଓ ପ୍ରବଣ ଅଞ୍ଚଳରେ ବସବାସ କରୁଥିବା ରିଫ୍ୟୁଜି ବେଙ୍ଗଲି ସମ୍ପ୍ରଦାୟର ସମସ୍ୟା ଗୁଡିକର ସମାଧାନ ଦିଗରେ ସେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।