Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/26-Feb-2019
ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ଟି ହାଇପରଫର୍ମାନ୍ସ କେନ୍ଦ୍ରର ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି “ କ୍ରୀଡ଼ାକ୍ଷେତ୍ରରେ ସୁନାମଧନ୍ୟ କ୍ରୀଡ଼ାବିତ, ବଡ଼ ବଡ଼ ଉଦ୍ୟୋଗପତି ଏବଂ ରାଜ୍ୟ ସରକାର ମିଳିତ ଭାବରେ କ୍ରୀଡ଼ାର ବିକାଶ ପାଇଁ ଉଦ୍ୟମ କରିଥିବାରୁ ଓଡ଼ିଶା କ୍ରୀଡ଼ା ପାଇଁ ଆଜି ଏକ ଐତିହାସିକ ଦିବସ। ମୁଁ ନିଶ୍ଚିନ୍ତ ଯେ ଏହି କେନ୍ଦ୍ର କେବଳ ରାଜ୍ୟ ନୁହେଁ ସମଗ୍ର ଦେଶ ଉପକୃତ ହେବ”।