Published : ଓଡ଼ିଶା ସନ୍ ଟାଇମ୍ସ
/15-Jan-2019
ରାଜ୍ୟର ସମସ୍ତ ନାଗରିକ ମାନଙ୍କୁ ମାଗଣା ଚକ୍ଷୁ ଚିକିତ୍ସା ଯୋଗାଇ ଦେବା ପାଇଁ “ସୁନେତ୍ର” ଯୋଜନାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ସଚିବାଳୟରେ “ଆମ ଗାଁ ଆମ ବିକାଶ” କାର୍ଯ୍ୟକ୍ରମ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ,“ସୁନେତ୍ର” ଯୋଜନାରେ ସମସ୍ତ ସରକାରୀ ଡାକ୍ତରଖାନା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ସବ୍ ଡିଭିଜନ ଡାକ୍ତରଖାନା, ଜିଲ୍ଲା ଡାକ୍ତରଖାନା ଓ ମେଡିକାଲ କଲେଜ ହସପିଟାଲ ମାନଙ୍କରେ ଚକ୍ଷୁ ରୋଗ ସମ୍ପର୍କୀତ ସମସ୍ତ ଚିକିତ୍ସା ମାଗଣାରେ ଦିଆଯିବ।